ଭଲିବଲ୍‌ ଖେଳାଳିଙ୍କୁ ସମ୍ବର୍ଧନା

ଭୁବନେଶ୍ବର ପାରାଦୀପଠାରେ ରାଜ୍ୟ ଭଲିବଲ୍‌ ଖେଳାଳି ସଂଘ ପକ୍ଷରୁ ଅନୁଷ୍ଠିତ ପଞ୍ଚମ ରାଜ୍ୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଅବସରରେ ଓଡ଼ିଶା ଏବଂ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ଖେଳାଳିମାନଙ୍କୁ ସମ୍ବର୍ଧିତ କରାଯାଇଛି। ପାରାଦୀପ ପୋର୍ଟ ଟ୍ରଷ୍ଟ୍ ଏବଂ ଜଗତସିଂହପୁର ଜିଲ୍ଲାର ପ୍ରାୟ ୯୦ ଜଣ ଖେଳାଳି ୬ ଦଳରେ ବିଭକ୍ତ ହୋଇ ଏହି ପ୍ରତିଯୋଗିତା ଖେଳିଥିଲେ। ଏହି ଅବସରରେ ରାଜ୍ୟ ଭଲିବଲ୍ ସଂଘ ସମ୍ପାଦକ ତଥା କିଟ୍ ବିଶ୍ବବିଦ୍ୟାଳୟ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶଙ୍କୁ ପିପିଟିର ଅଧ୍ୟକ୍ଷ ରିକେଶ ରୟଙ୍କ ପତ୍ନୀ ଶୁଭଲକ୍ଷ୍ମୀ ରୟ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର