ଅନୁଷ୍କାଙ୍କ ଫିଲ୍ମ ସେଟ୍‌ରେ ଶୋଇଥିଲେ ବିରାଟ

ଭୁଟାନରେ ଭୁଲି ଯାଇଥିଲେ

ନୂଆଦିଲ୍ଲୀ: ବିରାଟ-ଅନୁଷ୍କାଙ୍କ ପ୍ରେମ୍ କାହାଣୀ ମଧ୍ୟ ବେଶ୍ ଚର୍ଚିତ ଥିଲା। ହେଲେ ବ୍ୟସ୍ତ ବହୁଳ ଜୀବନ ପାଇଁ ପରସ୍ପର ପରସ୍ପରକୁ ଢେର କିଛି ଦିନ ପାଇଁ ଭେଟି ପାରୁ ନଥିଲେ। ସେଥିପାଇଁ ଅନୁଷ୍କାଙ୍କୁ ଦେଖା କରିବା ଲାଗି ବିରାଟ ତାଙ୍କ ଫିଲ୍ମ ସେଟ୍‌ରେ ପହଞ୍ଚି ଯାଉଥିଲେ। ‌କେବେ କେବେ ସେଠାରେ ମଧ୍ୟ ଶୋଇ ଯାଉଥିଲେ। ଏଭଳି ଘଟଣା ଚେକ୍ ରିପବ୍ଲିକର ପ୍ରାଗ୍‌ଠାରେ ଘଟିଥିବା କୋହଲି ସୂଚନା ଦେଇଥିଲେ। ‘‘ମୁଁ ସେଠାରେ ରାତିରେ ପହଞ୍ଚିଥିଲି। ଦୀର୍ଘ ସମୟ ଧରି ବିମାନ ଯାତ୍ରା କରିଥିବାରୁ ବହୁତ ହାଲିଆ ଲାଗୁଥିଲା। ହୋଟେଲ ରୁମ୍‌ ବି ମିଳି ନଥିଲା। ସେଥିପାଇଁ ସେଟ୍‌ରେ ହିଁ ଶୋଇ ପଡ଼ିଥିଲି।’’ ବୋଲି କୋହଲି ହସି ହସି ଜଣାଇଥିଲେ।

କୋହଲି-ଅନୁଷ୍କାଙ୍କ ଗତବର୍ଷର ଭୁଟାନ ଗସ୍ତ ବେଳେ ଘଟିଥିବା କେତେକ ମଜାଦାର ଘଟଣା ବିଷୟରେ ଛେତ୍ରୀ ମନେ ପକାଇ ଦେବା ପରେ କୋହଲି ଆଉ କେତେକ ରହସ୍ୟ ଉପରୁ ପରଦା ଉଠାଇଥିଲେ। ଅନୁଷ୍କାଙ୍କୁ ସେ କିଭଳି ଭୁଟାନରେ ପୂରା ଭୁଲି ଯାଇଥିଲେ, ସେକଥା ବର୍ଣ୍ଣନା କରିଥିଲେ। ‘‘ଆମେ ସାଇକେଲ ଭ୍ରମଣରେ ଯାଇଥିଲୁ। ସେଠାରେ ବହୁତ ଭାରତୀୟ ପର୍ଯ୍ୟଟକ ଥିଲେ। କେହି ଜଣେ ମୋତେ ଚିହ୍ନିପାରି କୋହଲି, କୋହଲି ବୋଲି ଚିତ୍କାର କରିଥିଲେ। ତା’ ପରେ ମୁଁ ଏତେ ଜୋର୍‌ରେ ସାଇକେଲ ଚଲେଇଥିଲି ଯେ ଅନୁଷ୍କା ପଛରେ ରହି ଯାଇଛନ୍ତି ବୋଲି ଜାଣି ପାରି ନଥିଲି। କିଛି ବାଟ ଗଲା ପରେ ଏକଥା ହୃଦୟଙ୍ଗମ କରି ମୁଁ ପୁଣି ଥରେ ତାଙ୍କ ପାଖକୁ ଫେରିଥିଲି। ହେଲେ ସେ ମୋତେ କିଛି କହି ନଥିଲେ। ଏମିତି ରାଗି ଯାଇଥିଲେ ଯେ ମୋ ମୁହଁକୁ ବି ଅନାଉ ନଥିଲେ।’’ ବୋଲି କୋହଲି କହିଥିଲେ।

ସମ୍ବନ୍ଧିତ ଖବର