ତୃତୀୟ ଟି୨୦: ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

କୋଲକାତା: ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ କୋଲକାତାର ପ୍ରସିଦ୍ଧ ଇଡେନ୍ ଗାର୍ଡେନରେ ରବିବାର ୭ଟାରୁ ଖେଳ ଜାରି ରହିଛି। ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ୨ଟି ମ୍ୟାଚ୍ ଜିତି ଭାରତ ସିରିଜକୁ ହାତେଇ ସାରିଛି। ଓ୍ୱେଷ୍ଟଇଣ୍ଡିଜ ଏହି ମ୍ୟାଚକୁ ଜିତି ସମ୍ମାନ ରଖିବାକୁ ନିହାତି ଚେଷ୍ଟା କରିବ। ତେବେ ଭାରତ ଏହି ମ୍ୟାଚକୁ ଜିତି ୩-୦ରେ ସିରିଜକୁ ପୋଛିନେବାକୁ ଚାହିଁବ।

ଭାରତର ୧୧ ଜଣିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ଭେଙ୍କଟେଶ ଆୟର, ହର୍ଷଲ ପଟେଲ, ଶାର୍ଦୁଲ୍ ଠାକୁର, ରବି ବିଷ୍ଣୋଇ, ଅଭେସ ଖାନ୍, ଦୀପକ ଚାହର,

ଓ୍ୱେଷ୍ଟଇଣ୍ଡିଜର ୧୧ ଜଣିଆ ଦଳ: କିଲ୍ ମେୟର୍ସ,ସାଇ ହୋପ୍, ନିକୋଲାସ ପୂରନ୍, ରୋଭମନ ପାୱେଲ, କିରନ୍ ପୋଲାର୍ଡ୍ (ଅଧିନାୟକ), ଜାସନ ହୋଲ୍ଡର, ରସ୍ତନ ଚେସ୍, ରୋମାରିଓ ସେଫର୍ଡ୍, ଡୋମିନିକ୍ ଡ୍ରେକ୍ସ୍, ଫାବିଆନ୍ ଆଲେନ୍, ହେଡେନ୍ ଓ୍ଵାଲ୍ସ

ସମ୍ବନ୍ଧିତ ଖବର