ଶୀତକାଳୀନ ଅଲିମ୍ପିକ୍ସ: ଚୀନ୍‌କୁ ପ୍ରଥମ ସ୍ୱର୍ଣ୍ଣ

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ୨୦ ବର୍ଷ ପରେ ଆମେରିକା ମହିଳା ଦଳ ବରଫ ହକିରେ ସ୍ୱର୍ଣ୍ଣ ପଦକ ଜିତିଛି। ଗୁରୁବାର ଶୀତକାଳୀନ ଅଲିମ୍ପିକ୍ସରେ ଆମେରିକା ୩-୨ ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ କାନାଡାକୁ ପରାସ୍ତ କରି ବିଜେତା ହୋଇଥିଲା। ଏଥି ସହ ଆମେରିକା ଲଗାତାର ୨୪ ଅଲିମ୍ପିକ୍ସ ବିଜୟ ପାଇଥିବା କାନାଡାର ପଥରୋଧ କରିଥିଲା। ଶେଷଥର ଲାଗି ଆମେରିକା ୧୯୯୮ ନାଗାନୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିିଥିଲା। ସେହିପରି ନର୍ଦିକ କମ୍ବାଇନ୍‌ରେ ଜର୍ମାନି ସ୍ୱର୍ଣ୍ଣ, ନରେଓ୍ଵ ରୌପ୍ୟ ଏବଂ ଅଷ୍ଟ୍ରିଆ କାଂସ୍ୟ ପଦକ ଜିତିଥିଲା। ଅନ୍ୟପକ୍ଷରେ ପୁରୁଷ ୫୦୦ ମିଟର ସ୍ପିଡ୍‌ ସ୍କେଟିଂରେ ଉ ଦାଜିଂ ଚୀନ୍‌କୁ ପ୍ରଥମ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି। ଦାଜିଂ ଗୁରୁବାର ୩୯.୫୮୪ ସେକେଣ୍ଡ୍‌ ସମୟ ନେଇ ବିଶ୍ୱ କୀର୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି। ସେ ଏହି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲା ବେଳେ କୋରିଆର ହ୍ଵାଙ୍ଗ୍‌ ଦିଅନ୍‌ଙ୍କୁ ରୌପ୍ୟ ଓ ଲିମ୍‌ ହୁଜୁନ୍‌ଙ୍କୁ କାଂସ୍ୟ ମିଳିଥିଲା। ମହିଳା ୧୦୦୦ ମିଟରରେ ସୁଜାନେ ଶ୍ଚୁଲ୍‌ଟିଙ୍ଗ୍‌ (ନେଦରଲାଣ୍ଡ୍‌) ସ୍ୱର୍ଣ୍ଣ, କିମ୍‌ ବୌତିନ୍‌ (କାନାଡା) ରୌପ୍ୟ ଏବଂ ଏରିନା ଫୋଣ୍ଟାନା (ଇଟାଲି) କାଂସ୍ୟ ପଦକ ପାଇଥିଲେ। ଅଲ୍‌ପାଇନ୍‌ ସ୍କିଙ୍ଗ୍‌ର ପୁରୁଷ ସ୍ଲାଲୋମରେ ସ୍ୱିଡେନ୍‌ର ଆନ୍ଦ୍ରେ ମେୟର ସ୍ୱର୍ଣ୍ଣ, ସ୍ୱିଜରଲାଣ୍ଡ୍‌ର ରମନ୍‌ ଜେନାସର୍ନ ରୌପ୍ୟ ଓ ଅଷ୍ଟ୍ରିଆର ମିଚେଲ୍‌ ମାଟ୍‌ କାଂସ୍ୟ ପଦକ କରାୟତ କରିଥିଲେ।

ସମ୍ବନ୍ଧିତ ଖବର