ମହଳା ଏକଦିବସୀୟ ଟ୍ରଫି: ସରିତାଙ୍କ ଅର୍ଦ୍ଧଶତକ; ସିକିମକୁ ହରାଇଲା ଓଡ଼ିଶା

କଟକ: ପଣ୍ଡିଚେରୀଠାରେ ଚାଲିଥିବା ମହିଳା ଏକଦିବସୀୟ ଟ୍ରଫିରେ ଶୁକ୍ରବାର ଓଡ଼ିଶା ୧୨୨ ରନ୍‌ରେ ସିକିମ୍‌କୁ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇବାକୁ ଓଡ଼ିଶା ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ସରିତ‌ା ମେହେର ୧୧୯ ବଲ୍‌ରୁ ୮୨ ଏବଂ ମାଧୁରୀ ମେହେଟା ୩୬ ରନ୍ କରିଥିଲେ। ଜବାବ‌ରେ ସିକିମ୍ ୩୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୮୩ ରନ୍ କରିପାରିଥିଲା। ଓଡ଼ିଶା ପକ୍ଷରୁ ରସନାରା ପରବିନ୍ ୮.୫-୨-୨୩-୪ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ୭-୩-୧୩-୩ର ବୋଲିଂ ଚିତ୍ର ପାଇଥିଲେ।

ସମ୍ବନ୍ଧିତ ଖବର