ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ଭାରତ ‘ବି’କୁ ବିଜୟ ଦେଲେ ସୁଶ୍ରୀ

କଟକ: ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଚମତ୍କାର ବୋଲି˚ ବଳରେ ଭାରତ ‘ସି’ ବିପକ୍ଷରେ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫିରେ ଭାରତ ‘ବି’ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ‘ବି’ ୪ ରନ୍‌ରେ ଭାରତ ‘ସି’କୁ ପରାସ୍ତ କରିଛି। ଭାରତ ‘ବି’ ୯୫ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ଭାରତ ‘ସି’ ୮ ଵିକେଟ୍‌ ବିନିମୟରେ ୯୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଘରୋଇ ପଡ଼ିଆରେ ଖେଳୁଥିବା ସୁଶ୍ରୀ ତାଙ୍କ ୪ ଓଭରରେ କୌଣସି ମେଡେନ୍‌ ପାଇନଥିଲେ ମଧ୍ୟ ୧୫ ରନ୍‌ ବ୍ୟୟ କରି ୩ ଵିକେଟ ଅକ୍ତିଆର କରିଥିଲେ। ସୁଶ୍ରୀ ମଧ୍ୟ ଗୋଟିଏ ଦର୍ଶନୀୟ ରନ୍‌ ଆଉଟ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଅନ୍ୟତମ ଓଡ଼ିଆ ଝିଅ ବଲାଙ୍ଗୀରର ମାଧୁରୀ ମେହେଟ୍ଟାଙ୍କୁ ‘ସି’ ଦଳର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା। ସୋମବାର ଭାରତ ‘ଏ’ ଓ ଭାରତ ‘ସି’ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍‌ ଖେଳାଯିବ।

ପ୍ରଥମ ଦିନ ଭାରତ ‘ଏ’ ସହିତ ମ୍ୟାଚ୍‌ ସମ୍ଭବ ନହେବାରୁ ପଏଣ୍ଟ ଭାଗ କରିବା ପରେ ରବିବାର ଭାରତ ‘ବି’ ଖାତା ଖୋଲିଛି। ଭାରତ ‘ସି’ ଅଧିନାୟିକା ବେଦ କ୍ରିଷ୍ଣମୂର୍ତ୍ତି ଟସ୍‌ ଜିତି ବୋଲି˚ କରିଥିଲେ। ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ସହ ବନିତା ଭିଆର‌୍‌ ପାଳି ଆରମ୍ଭ କରିଥିଲେ। ତୃତୀୟ ଓଭରରେ ମନିକା ପଟେଲଙ୍କ ବଲ୍‌କୁ ଖେଳିବାରେ ସ୍ମୃତି (୬) ବିଫଳ ହେବା ସହ ଵିକେଟ ରକ୍ଷକ ନୁଜହତ ପରବିନ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ତାଙ୍କ ପଛକୁ ଜେମିମା ରୋଡ୍ରିଗୁଏଜ (୧), ବନିତା (୧୧), ସୁଷମା ବର୍ମା (୦) ଆଉଟ୍‌ ହୋଇଥିଲେ। ଷଷ୍ଠ ଓଭର ମଧ୍ୟରେ ୨୬ ରନ୍‌ରେ ୪ ଵିକେଟ୍‌ ହରାଇ ସଂଙ୍କଟରେ ପଡ଼ିଥିବା ବେଳେ ରିଚା ଘୋଷ (୨୫) ଓ ଅନୁଜା ପାଟିଲ (୧୧) ଦଳୀୟ ସ୍କେର୍‌ ୬୦ରେ ପହଞ୍ଚାଇଥିଲେ। ଅନୁଜା ୧୧ ଓ ପୂଜା ବସ୍ତ୍ରକାର ୪ ରନ୍‌ରେ ନିଜ ନିଜ ଵିକେଟ ହରାଇଥିଲେ। ତେବେ ଗୋଟିଏ ପଟେ ଶିଖା ପାଣ୍ତେ ରକ୍ଷଣାତ୍ମକ ଭାବେ ଖେଳୁଥିବା ବେଳେ ୧୭ ତମ ଓଭରରେ ତାଙ୍କ ସହ ଯୋଗଦେଇଥିଲେ ସୁଶ୍ରୀ ଦିବ୍ୟଦର୍ଶିନୀ। ଆରମ୍ଭରୁ ଭଲ ଭଙ୍ଗୀରେ ଖେଳିଆସୁଥିବା ସୁଶ୍ରୀ ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟି˚ କରିଥିଲେ। ଶେଷ ଓଭରର ଦ୍ବିତୀୟ ବଲ୍‌ରେ ସୁଶ୍ରୀ ମିଡ୍‌ ଅଫ୍‌ ଅଞ୍ଚଳକୁ ଏକ ସଟ୍‌ ମାରି ଦୁଇ ରନ୍‌ ନେବାକୁ ଯାଉଥିବା ବେଳେ ରନ୍‌ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ବେଳକୁ ସେ ୮ ବଲ୍‌ରୁ ଗୋଟିଏ ଚୌକା ସହ ୮ ରନ୍‌ କରିଥିଲେ। ରାଜେଶ୍ବରୀ ଗାଏକଵାଡ ୩, ମୋନିକା ପଟେଲ, ଅରୁନ୍ଧତି ରେଡ୍ଡି ଓ ତନୁଶ୍ରୀ ସରକାର ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ।

୯୫ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତ ‘ସି’ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବା ଆରମ୍ଭ କରିଥିଲା। ଶେଫାଲି ବର୍ମା (୧୬) ଓ ପରବିନ୍‌ (୩)ଙ୍କ ମଧ୍ୟରେ ପ୍ରଥମ ଵିକେଟରେ ୨୧ ବଲ୍‌ରୁ ୨୬ ରନ୍‌ ସ˚ଗୃହୀତ ହୋଇଥିଲା। ଏହି ସମୟରେ ପ୍ରଥମେ ପରବିନ୍‌ଙ୍କୁ ଅନୁଜା ପାଟିଲ ଓ ପରେ ଶେଫାଲିଙ୍କୁ ତନୁଜା କଵଁର ଆଉଟ୍‌ କରିଥିଲେ। ଏହାପରେ ସୁଶ୍ରୀ ଭାରତ ‘ସି’ର ମେରୁଦଣ୍ତ ଭାଙ୍ଗି ଦେଇଥିଲେ। ଅଧିନାୟିକା ବେଦ କ୍ରିଷ୍ଣମୂର୍ତ୍ତି (୮), ଅରୁନ୍ଧତି ରେଡ୍ଡି (୨) ଓ ଭୃଷାଲି ଭଗତ (୮) ସୁଶ୍ରୀଙ୍କ ଶିକାର ହୋଇଥିଲେ। ତେବେ ପିଚ୍‌ରେ ଜମି ଆସୁଥିବା ଡି ହେମଲତା (୨୦)ଙ୍କୁ ଶିଖା ପାଣ୍ତେ ଆଉଟ୍‌ କରିବାରୁ ଦଳକୁ ଷଷ୍ଠ ସଫଳତା ମିଳିଥିଲା। ଶେଷ ଓଭରରେ ତନୁଶ୍ରୀ ସରକାର (୧୮)ଙ୍କୁ ସୁଶ୍ରୀ ଏବ˚ ୟସ୍ତିକା ଭାଟିଆ (୪)ଙ୍କୁ ଅନୁଜା ରନ୍‌ଆଉଟ କରିବା ପରେ ଭାରତ ‘ବି’ର ବିଜୟ ସୁନିଶ୍ଚିତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର