ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର୍‌ ଟ୍ରଫି: ଶେଫାଳିଙ୍କ ଧୂଆଁଧାର ବ୍ୟାଟି˚, ଭାରତ ସି’ର ବିଜୟ

କଟକ: ଭାରତୀୟ ମହିଳା ଟ୍ବେଣ୍ଟି-୨୦ ଦଳର ନବାଗତ ପ୍ରାରମ୍ଭିକ ଖେଳାଳି ଶେଫାଳି ବର୍ମାଙ୍କ ଧୂଆଁଧାର ବ୍ୟାଟି˚ ଯୋଗୁଁ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ମହିଳା ଚାଲେଞ୍ଜର୍‌ ଟ୍ରଫିରେ ଭାରତ ସି’ ପ୍ରଥମ ବିଜୟ ପାଇଛି। ଭାରତ ଏ’ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ସି’ ବ୍ୟାଟି˚ ଆରମ୍ଭ କରିଥିଲାବେଳେ ୧୨୩ ରନ୍‌ ସ˚ଗ୍ରହ କରିଥିଲା। କିନ୍ତୁ ଭାରତ ଏ’ ନିର୍ଧାରିତ ଓଭର ସୁଦ୍ଧା ୬ ଵିକେଟ ବିନିମୟରେ ୧୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଲରାଉଣ୍ତର ଦୀପ୍ତି ଶର୍ମା ଶେଷ ପର୍ଯ୍ୟନ୍ତ ଦଳକୁ ଜିତାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ମଙ୍ଗଳବାର ଭାରତ ଏ’ ଓ ଭାରତ ବି’ ମଧ୍ୟରେ ପରବର୍ତ୍ତୀ ମ୍ୟାଚ ଖେଳାଯିବ।

ରବିବାର ଭାରତ ବି’ ପାଖରୁ ପରାଜିତ ହେବା ପରେ ଭାରତ ସି’ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ଥିଲା। ତେଣୁ ସୋମବାର ବେଦ କ୍ରୀଷ୍ଣମୂର୍ତ୍ତି ଟସ୍‌ ଜିତିବା ପରେ ବ୍ୟାଟି˚ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟି˚ ଉପଯୋଗୀ ପିଚ୍‌ରେ ଆରମ୍ଭରୁ ୟସ୍ତିକା ଭାଟିଆ (୧୮) ଓ ଶେଫାଳି ବର୍ମା (୩୮) ଏହାର ଭରପୂର ଫାଇଦା ଉଠାଇ ଆରମ୍ଭରୁ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଉଭୟ ପ୍ରଥମ ଵିକେଟରେ ୭ ଓଭରରେ ୫୮ ରନ୍‌ ଯୋଡ଼ିଥିଲେ। ୟଶିତା ୨୧ ବଲ୍‌ରୁ ୩ଚୌକା ସହ ୧୮ ରନ୍‌ ଓ ଶେଫାଳି ୨୪ ବଲ୍‌ରୁ ୭ଚୌକା ଓ ୧ ଛକା ସହ ୩୮ ରନ୍‌ ସ˚ଗ୍ରହ କରିଥିଲେ। ନୂଜହତ ପରବିନ ୧୦, ଅଧିନାୟିକା ବେଦା କ୍ରୀଷ୍ଣମୂର୍ତ୍ତି ୧୭, ଅରୁନ୍ଧତି ରେଡ୍ଡି ୯ ଓ ମନାଲି ଦକ୍ଷିଣି ଖାତା ଖୋଲିବା ଆଗରୁ ଆଉଟ ହୋଇଯାଇଥିଲେ। ମଧ୍ୟକ୍ରମରେ ବ୍ୟାଟି˚ କରିବାକୁ ଆସିଥିବା ଡି.ହେମଲତା ଶେଷ ପର୍ଯ୍ୟନ୍ତ ଗୋଟିଏ ପଟରୁ ସ˚ଘର୍ଷ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ପାଳି ଶେଷ ହେବା ବେଳକୁ ହେମଲତା ୨୫ ବଲ୍‌ରୁ ୨ ଚୌକା ସହ ୨୪ ରନ୍‌ ସ˚ଗ୍ରହ କରି ଅପରାଜିତ ଥିଲେ। ଭାରତ ଏ’ ପକ୍ଷରୁ ଦୀପ୍ତି ଶର୍ମା ୨, ରାଧା ଯାଦବ ୧, ଶେହ ରଣା ୧, ମାନସି ଯୋଶୀ ୧, ଦେବିକା ବୈଦ୍ୟ ୧ ଵିକେଟ ନେଇଥିଲେ। ୧୨୪ରନ୍‌ର ଲକ୍ଷ୍ୟକୁ ପିଛା କରି ଇଣ୍ତିଆ ଏ’ ଆରମ୍ଭରୁ ଜସିଆ ଅଖତର (୯) ଙ୍କ ରୂପରେ ପ୍ରଥମ ଝଟ୍‌କା ପାଇଥିଲା। ଏହାପରେ ପ୍ରିୟା ପୁନିଆ ଓ ମିନୁ ମଣି ଟିକେ ଧିମା ଖେଳିଥିଲାବେଳେ ଦଳୀୟ ରନ୍‌କୁ ୫୦ ଛୁଆଁଇଥିଲେ। ୧୦ ଓଭରରେ ଦଳ ୫୦ ରନ୍‌ରେ ପହଞ୍ଚିବା ପରେ ପ୍ରିୟା ୨୫ ଓ ମିନୁ ୧୦ ରନ୍‌ରେ ଆଉଟ ହୋଇଥିଲେ। ପାଳିର ଅଧା ସମୟ ଚାଲିଯିବା ପରେ ଭାରତ ସି’ର କ୍ଷେତ୍ରରକ୍ଷଣ ପାଇଁ ଏ’ ଦଳର ରନ୍‌ ହାର ଆଉ ବଢିପାରିନଥିଲା। ପର୍ଯ୍ୟାୟକ୍ରମେ ହରମନପ୍ରୀତ କୌର ୧୩, ଶେହ ରଣା ୬, ରାଧା ଯାଦବ ୨ ରନ୍‌ କରି ଆଉଟ ହୋଇଥିଲେ। ରନ୍‌ ଗତି ବଢାଇବା ପାଇଁ ଦୀପ୍ତି ଶର୍ମା ଶେଷ ଆଡ଼କୁ ଆକ୍ରମଣ ଆରମ୍ଭ କରିଥିଲେ ବି ସେତେବେଳକୁ ଡେରି ହୋଇଯାଇଥିଲା। ତଥାପି ଖେଳ ଶେଷ ହେବା ବେଳକୁ ଦୀପ୍ତି ୨୯ ବଲ୍‌ରୁ ୩ ଚୌକା ସହ ୩୪ ରନ୍‌ ସ˚ଗ୍ରହ କରିଥିଲେ। ବିଜୟୀ ଦଳର ମନାଲି ଦକ୍ଷିଣି, ଡି.ହେମଲତା, ତନୁଶ୍ରୀ ସରକାର, ରାଜେଶ୍ବରୀ ଗାଏକଵାଡ, ଅରୁନ୍ଧତି ରେଡ୍ଡି ପ୍ରତ୍ୟେକ ୧ ଵିକେଟ ଲେଖାଏ ନେଇଥିଲେ।

ସମ୍ବନ୍ଧିତ ଖବର