ବିଶ୍ବକପ୍‌ କଥନ

କ୍ରିକେଟ୍ କ୍ରମଶଃ ବ୍ୟାଟ୍ସମ୍ୟାନଙ୍କ ପ୍ରତି ଢଳୁଛି। ହେଲେ ବୋଲର ମଧ୍ୟ ମ୍ୟାଚ୍‌ର ମୋଡ଼ ବଦଳାଇବାର ଦକ୍ଷତା ରଖନ୍ତି। ଯିଏ ୱିକେଟ୍ ନେବ, ସିଏ ମ୍ୟାଚ୍ ଜିତାଇବ। କୁଶଳୀ ବୋଲରମାନେ ଯେ କୌଣସି ପରିବେଶ, ପିଚ୍ ଏବଂ ପରିସ୍ଥିତିରେ ଭଲ ବୋଲିଂ କରିବେ, ଖେଳକୁ ବୁଝି ପାରୁଥିବା ବୋଲରଙ୍କ ମହତ୍ବ କେବେ ବି କମିବ ନାହିଁ ।
ଲସିଥ ମାଲିଙ୍ଗା, ଶ୍ରୀଲଙ୍କାର ଅଭିଜ୍ଞ ଦ୍ରୁତ ବୋଲର
ଅଷ୍ଟ୍ରେଲିଆ ପାଇଁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ରନ୍ କରିବା ସହ ସେ ଭଲ ‌କ୍ଷେତ୍ରରକ୍ଷଣ କରନ୍ତି। କଠିନ କ୍ୟାଚ୍ ବି ନିଅନ୍ତି। ତିନିଟି ଯାକ ଦିଗରେ ମ୍ୟାକ୍ସୱେଲ ବେଶ୍ ଦକ୍ଷ। ସେ ଆମ ପାଇଁ ଷଷ୍ଠ ବୋଲର ଦାୟିତ୍ବ ମଧ୍ୟ ତୁଲାଇ ପାରିବେ। ଗତ ୩୦/୪୦ ବର୍ଷ ଭିତରେ ଆମକୁ ଅନେକ ସଫଳତା ମିଳିଛି। ଏଥର ମଧ୍ୟ ଆମେ ସଫଳ ହେବୁ ବୋଲି ଆଶା ରଖିଛି।
ପ୍ୟାଟ୍ କମିନ୍ସ, ଅଷ୍ଟ୍ରେଲିଆ ବିଶ୍ବକପ୍ ଦଳର ଉପ ଅଧିନାୟକ
ବିଶ୍ବକପର ପ୍ରମୁଖ ଦାବିଦାର ପଦ ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଆମେ ଏବେ ପୂରା ପ୍ରସ୍ତୁତ ଅଛୁ। ଅଭ୍ୟାସ ମ୍ୟାଚ୍ ଖେଳି ନଥିଲେ ମଧ୍ୟ ଆମ ଆତ୍ମବିଶ୍ବାସ କମି ନଥାଆନ୍ତା।
ଇଅନ ‌ମୋର୍ଗାନ, ଇଂଲଣ୍ଡ କ୍ରିକେଟ୍ ଦଳର ଅଧିନାୟକ

ସମ୍ବନ୍ଧିତ ଖବର