କିମ୍ବଦନ୍ତୀଙ୍କୁ ତାଚ୍ଛଲ୍ୟ କଲେ ସର୍ଫରାଜ, ‘ପୂର୍ବତନ କ୍ରିକେଟର୍‌ ନିଜକୁ ଭଗବାନ ଭାବୁଛନ୍ତି’

ନୂଆଦିଲ୍ଲୀ: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ପାଇଁ ୨୦୧୯ ବିଶ୍ବକପ୍‌ ଭଲରେ କଟୁନାହିଁ। ଅନ୍ୟ କ୍ରିକେଟର୍‌ଙ୍କ ଭଳି ସର୍ଫରାଜ ସାମାଜିକ ଗଣମାଧ୍ୟମରେ କେବଳ ଯେ ସହଜ ଟାର୍ଗେଟ ବନିଯାଇଛନ୍ତି ତାହା ନୁହେଁ, ବର˚ ପାକିସ୍ତାନର ଦୁର୍ବଳ ଖେଳ ପାଇଁ ପୂର୍ବତନ କ୍ରିକେଟର୍‌ ଓ ପ୍ରଶ˚ସକଙ୍କ ଦ୍ବାରା ଖୋଲାଖୋଲି ସମାଲୋଚିତ ହେଉଛନ୍ତି। ଏବେ ପୂର୍ବତନ କ୍ରିକେଟରଙ୍କ ପ୍ରତି ତାଙ୍କର ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସିଧାପ୍ରସାରଣ କରୁଥିବା ସ˚ସ୍ଥା ସହିତ ବିଶେଷଜ୍ଞ ଭାବେ ଜଡିତ ଥିବା ପୂର୍ବତନ କ୍ରିକେଟର‌୍‌ଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ, ‘ସେମାନଙ୍କ ବିଷୟରେ କିଛି କହିବାକୁ ଚାହୁଁନାହିଁ। ତାଙ୍କ ନଜରରେ ଆମେ ଖେଳାଳି ନୁହଁ। ଯଦି କିଛି କହି ଦେବି ତାହେଲେ ଏମିତି କାହିଁକି କହିଲି ବୋଲି ସେମାନେ ପୁଣି କହିବେ। ସମସ୍ତେ ଟିଭିରେ ବସି ନିଜକୁ ଭଗବାନ ବୋଲି ଭାବୁଛନ୍ତି’। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଥିଲେ। ଭାରତ ବିପକ୍ଷରେ ବିଶ୍ବକପ୍‌ରେ ଶୋଚନୀୟ ପରାଜୟ ପରେ ପାକିସ୍ତାନର ଅନେକ ପୂର୍ବତନ ଖେଳାଳି ସର୍ଫରାଜଙ୍କ ପ୍ରତି କଟୁ କଥା କହିବାକୁ ପଛାଇ ନଥିଲେ।

ସମ୍ବନ୍ଧିତ ଖବର