ମହିଳାଙ୍କ ବେଶରେ କେମିତି ଦେଖାଯିବେ ଭାରତୀୟ କ୍ରିକେଟର, ଯୁବି ସେୟାର କଲେ ଫଟୋ

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କ ଏକ ମଜାଦାର ଫଟୋ ସେୟାର କରିଛନ୍ତି। ଯୁବରାଜ ନିଜ ଇନଷ୍ଟାଗ୍ରାମରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଛବି ସେୟାର କରିଛନ୍ତି। ଏହି ଚିତ୍ରରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ମହିଳାଙ୍କ ରୂପରେ ନଜର ଆସିଛନ୍ତି। ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିବାବେଳେ ଯୁବରାଜ ସିଂ ଲେଖିଛନ୍ତି, ‘ତୁମେ ତୁମର ଗର୍ଲଫ୍ରେଣ୍ଡ ଭାବରେ କାହାକୁ ବାଛିବ?’

 

View this post on Instagram

 

Who will you select as your 👯‍♀️ girlfriend’? 🤔🤣 I will reply tomorrow 🤪

A post shared by Yuvraj Singh (@yuvisofficial) on


ଏଥିରେ ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାୱନ, କେ.ଏଲ୍ ରାହୁଲ, ଏମଏସ ଧୋନି, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅଜିଙ୍କ୍ୟ ରାହାଣେ, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଜସପ୍ରୀତ ବୁମରା ନଜର ଆସିଛନ୍ତି। ଯୁବରାଜଙ୍କ ପ୍ରଶ୍ନରେ ସ୍ପିନର ହରଭଜନ ସିଂ ଲେଖିଛନ୍ତି ଯେ ମୁଁ ଭୁବୀ (ଭୁବନେଶ୍ୱର କୁମାର) କୁ ବାଛିବି।

ସେହିପରି ୟୁଏଇ କ୍ରିକେଟର ଚିରାଗ ସୁରି ମନ୍ତବ୍ୟ ଦେଇଛନ୍ତି, ‘ମୁଁ ଭାବୁଛି ଭୁବନେଶ୍ୱର କୁମାର ସର୍ବୋତ୍ତମ ପସନ୍ଦ।’ ଏହି ଫଟୋରେ ଅଧିକାଂଶ ଫଲୋୟର୍ସ ଭୁବନେଶ୍ୱର କୁମାରଙ୍କୁ ପସନ୍ଦ କରିଛନ୍ତି |

ସମ୍ବନ୍ଧିତ ଖବର