ପନ୍ତଙ୍କୁ ଯୁବିଙ୍କ ପ୍ରଶଂସା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭ ବଲ୍‌ରୁ ୭୮* ରନ୍‌ର ବିସ୍ଫୋରକ ପାଳି ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ତାରକା ଋଷବ ପନ୍ତଙ୍କୁ ଭାରତୀୟ ବାମହାତୀ କ୍ରିକେଟର ଯୁବରାଜ ସିଂହ ପ୍ରଶଂସା କରିଛନ୍ତି। ପନ୍ତଙ୍କୁ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଭାବେ ବର୍ଣ୍ଣନା କରି ଯୁବି କହିଛନ୍ତି ଯେ ଭାରତୀୟ ବିଶ୍ବକପ ଦଳରେ ପନ୍ତ ସ୍ଥାନ ପାଇବେ କି ନାହିଁ, ତାହା ମୁଁ କହି ପାରିବି ନାହିଁ। ସେ କିନ୍ତୁ ଜବରଦସ୍ତ ପ୍ରଦର୍ଶନ କଲେ। ଗତବର୍ଷ ମଧ୍ୟ ସେ ଚମତ୍କାର କ୍ରିକେଟ୍ ଖେଳିଥିଲେ। ସେ ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ରେ ଭଲ ଖେଳୁଛନ୍ତି। ବିଦେଶ ମାଟିରେ ଦୁଇଟି ଶତକ ଅର୍ଜନ କରି ସାରିଛନ୍ତି। ସଠିକ୍ ମାର୍ଗଦର୍ଶନ ମିଳିଲେ ସେ ଭାରତୀୟ କ୍ରିକେଟର ଭବିଷ୍ୟତ ନାୟକ ହୋଇ ପାରିବେ। ରବିବାର ଶକ୍ତିଶାଳୀ ବୋଲିଂ ବାହିନୀ ଥିବା ମୁମ୍ବାଇ ଇଣ୍ଡିଆନ୍ ବିପକ୍ଷରେ ପନ୍ତ ଧୂଆଁଧାର ବ୍ୟାଟିଂ କରିଥିଲେ। ତାଙ୍କ ବିଧ୍ବଂସକାରୀ ପାଳି ପାଇଁ ଦିଲ୍ଲୀ ତିନି ଥର ବିଜେତା ମୁମ୍ବାଇକୁ ୩୭ ରନ୍‌ରେ ହରାଇ ଆତ୍ମବିଶ୍ବାସର ସହ ତାର ଅଭିଯାନ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର