ନ୍ୟାୟ ପାଇବା ଆଶାରେ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ସ୍ବପ୍ନା, ତାଲା ଭାଙ୍ଗି ଘର ଭିତରେ ପଶିଲେ

ବ୍ରହ୍ମପୁର: ତପସ୍ୱିନୀ, ଦୀପିକା ପରେ ଏବେ ସ୍ୱପ୍ନାରାଣୀ ସ୍ୱାମୀଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ତପସ୍ୱିନୀଙ୍କ ସ୍ୱାମୀ ଡାକ୍ତର ଥିବା ବେଳେ ଦୀପିକାଙ୍କ ପ୍ରେମିକ ବ୍ୟବସାୟୀ। ତେବେ ଆଜି ଧାରଣାରେ ବସିଥିବା ସ୍ୱପ୍ନାରାଣୀଙ୍କ ସ୍ୱାମୀ ଟିଟିଇ। ତପସ୍ୱିନୀ ନ୍ୟାୟ ପାଇ ସ୍ୱାମୀଙ୍କ ଘରକୁ ଯାଇଥିବା ବେଳେ ଦୀପିକା ନ୍ୟାୟ ଅପେକ୍ଷାରେ। ସ୍ୱପ୍ନା ବର୍ତ୍ତମାନ ନ୍ୟାୟ ପାଇବା ଆଶାରେ ଧାରଣାରେ ବସିଲେ। ତାହା ପୂଣି ସ୍ୱାମୀଙ୍କ ବ୍ରହ୍ମପୁର ରେଲୱେ କ୍ଵାଟର ଘର ସମ୍ମୁଖରେ। ସ୍ୱାମୀଙ୍କ କ୍ଵାଟରରେ ପଡ଼ିଥିବା ତାଲା ଭାଙ୍ଗି ଘର ଭିତରେ ପଶିଲେ ସ୍ୱପ୍ନା। ଏଠି ସ୍ୱପ୍ନା ଘର ପାଇଁ ନୁହେଁ, ସ୍ୱାମୀଙ୍କୁ ପାଇବା ପାଇଁ ରହିଛି ଜିଦ। ଅନ୍ୟ ଦୁଇଟି ଘଟଣା ଭଳି ଏଠାରେ ମଧ୍ୟ ପ୍ରମିଳା ତ୍ରିପାଠୀ ସ୍ୱପ୍ନାଙ୍କୁ ସହଯୋଗ କରୁଛନ୍ତି । ଗ୍ୟାସ ଚୁଲା ସହ ମାସିକିଆ ରେସନ ପ୍ରସ୍ତୁତ ରହିଛି।

ସମ୍ବନ୍ଧିତ ଖବର