ୱାର୍ଡରେ ସଂରକ୍ଷିତ ପରିବାର ଗୋଟିଏ: ଭୋଟ ବର୍ଜନ ଚେତାବନୀ

ବ୍ୟାସନଗର: ପୌରାଞ୍ଚଳ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଘନଉଛି। ବ୍ୟାସନଗର ପୌରାଞ୍ଚଳର ୨୧ ନମ୍ବର ୱାର୍ଡ ଜନଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ୱାର୍ଡରେ ମାତ୍ର ଗୋଟିଏ ଜନଜାତି ପରିବାର ବାସ କରୁଛନ୍ତି। ଏହି କାରଣରୁ ୱାର୍ଡବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହିତ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି। ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମେ ପ୍ରକାଶିତ ସମ୍ଭାବ୍ୟ ତାଲିକାରେ ଏହି ୱାର୍ଡଟି ସାଧାରଣବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

ଗତ ୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ ଜନଜାତି ମହିଳାଙ୍କ ପାଇଁ ଏହା ସଂରକ୍ଷିତ ରହିଛି। ତାଲିକାରେ ସଂଶୋଧନ କରି ଅଣସଂରକ୍ଷିତ କରାନଗଲେ ଭୋଟ ବର୍ଜନ କରିବା ସହ ରାସ୍ତା ଅବରୋଧ କରିବା ପାଇଁ ୱାର୍ଡର ନିରୋଦ କୁମାର ବିଶ୍ଵାଳ, ଅମୂଲ୍ୟ କୁମାର ନାୟକ, ଭୂପତି ଭୂଷଣ ଦାଶ, ହରିହର ବିଶ୍ଵାଳ, ପ୍ରଫୁଲ୍ଲ କୁମାର ବିଶ୍ଵାଳ, ବିବି ଛୋଟରାୟ, ଶିଶିର ଓଝା, ଅଜୟ ବିଶ୍ଵାଳ, ନଳିନୀ ଚାନ୍ଦ, ଅରୁଣ କୁମାର ନାୟକ, ସନ୍ତୋଷ ପରିଡ଼ା, ମନୋଜ କୁମାର ରାୟ, ଶୁଭଙ୍କର ଜେନା, ନିରୋଦ ମିଶ୍ର, ଆନନ୍ଦ ଶଙ୍କର ବେହେରା, ନନ୍ଦକିଶୋର ଛୋଟରାୟ, ବିଶ୍ଵବନ୍ଦିତା ଛୋଟରାୟ, କଳ୍ପନା ଛୋଟରାୟ, କୃଷ୍ଣପ୍ରିୟା ଛୋଟରାୟ, ପାର୍ଥସାରଥି ଦାଶ, ରଘୁନାଥ ମହାପାତ୍ର, ଜଗନ୍ନାଥ ବିଶ୍ଵାଳ, ରିନାରାଣୀ ଦାଶ, ସବିତାରାଣୀ ଦାଶ, ସୁଜାତା ମଲ୍ଲିକ, ଶୈଳବାଳା ବିଶ୍ଵାଳ, କୁମୁଦିନୀ ନାୟକ, ଇନ୍ଦୁରେଖା ନାୟକ, ପ୍ରିୟଦର୍ଶିନୀ ନାୟକ, କୌଶଲ୍ୟା ନାୟକ, ବୀଣାପାଣି ସାହୁ, ମାତାଜୀ ରାଉଳ, ମମତା ବିଶ୍ଵାଳ, ପ୍ରଭାତୀ ବିଶ୍ଵାଳ, ମଧୁସ୍ମିତା ବିଶ୍ଵାଳ, ରଙ୍ଗଲତା ଜେନାଙ୍କ ସମେତ ବହୁ ବାସିନ୍ଦା ଚେତାବନୀ ଦେଇଛନ୍ତି। ଏହାର ଏକକିତା ନକଲ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର