ଡି‌ସେମ୍ବର ୩ରୁ ଦଶମ ଶ୍ରେଣୀ ପ୍ରିବୋର୍ଡ-୨ ପରୀକ୍ଷା

ଭୁବନେଶ୍ବର : ଡିସେମ୍ବର ୩ରୁ ଆରମ୍ଭ ହେବ ଦଶମ ଶ୍ରେଣୀ ପ୍ରିବୋର୍ଡ-୨ ପରୀକ୍ଷା। ଓଷ୍ଟା ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ପ୍ରଥମ ଭାଷା ବିଷୟର ପରୀକ୍ଷା ଥିବା ବେଳେ ୪ରେ ଦ୍ବିତୀୟ ଭାଷା ବିଷୟ, ୫ରେ ତୃତୀୟ ଭାଷା, ୬ରେ ଗଣିତ, ୭ରେ ବିଜ୍ଞାନ ଓ ୮ ତାରିଖରେ ସାମାଜିକ ବିଜ୍ଞାନ ବିଷୟର ପରୀକ୍ଷା ହେବ। ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।

ଏଥିସହ ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ୬ ମାସିଆ ପରୀକ୍ଷା ବି ଡିସେମ୍ବର ୩ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଅପରାହ୍ଣରେ ଅନୁଷ୍ଠିତ ହେବ। ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୩ରେ ଦ୍ବିତୀୟ ଭାଷା, ୪ରେ ପ୍ରଥମ ଭାଷା, ୫ରେ ଗଣିତ, ୬ରେ ତୃତୀୟ ଭାଷା, ୭ରେ ସାମାଜିକ ବିଜ୍ଞାନ ଓ ୮ରେ ବିଜ୍ଞାନ ବିଷୟ ପରୀକ୍ଷା ହେବ। ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମିଟିଭ୍‌ ଆସେସ୍‌ମେଣ୍ଟ(୧)ର ଡିସେମ୍ବର ୩ରେ ପ୍ରଥମ ଭାଷା, ୪ରେ ସାମାଜିକ ବିଜ୍ଞାନ, ୫ରେ ସାଧାରଣ ବିଜ୍ଞାନ, ୬ରେ ଗଣିତ, ୭ରେ ଦ୍ବିତୀୟ ଭାଷା ଓ ୮ ତାରିଖରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ। ୭ମ ଶ୍ରେଣୀ ପାଇଁ ୩ ତାରିଖରେ ଗଣିତ, ୪ ତାରିଖରେ ସାଧାରଣ ବିଜ୍ଞାନ, ୫ରେ ପ୍ରଥମ ଭାଷା, ୬ରେ ସାମାଜିକ ବିଜ୍ଞାନ, ୭ ତାରିଖରେ ତୃତୀୟ ଭାଷା ଓ ୮ ତାରିଖରେ ଦ୍ବିତୀୟ ଭାଷାର ପରୀକ୍ଷା ହେବ। ସେହିପରି ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୩ରେ ସାଧାରଣ ବିଜ୍ଞାନ, ୪ରେ ତୃତୀୟ ଭାଷା, ୫ରେ ସାମାଜିକ ବିଜ୍ଞାନ, ୬ରେ ଦ୍ବିତୀୟ ଭାଷା, ୭ରେ ପ୍ରଥମ ଭାଷା ଏବ˚ ୮ ତାରିଖରେ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର