ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ଅଙ୍କ ଛୁଇଁଲା କରୋନାଜନିତ ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମୃତକଙ୍କ ମଧ୍ୟରେ ଚାରି ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ଅଛନ୍ତି। ଗତ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ମୃତକଙ୍କ ଭିତରେ ୩୫ ବର୍ଷିୟ ଦୁଇ ପୁରୁଷ ଓ ଜଣେ ୪୧ ଆଉଜଣେ ୫୫ ବର୍ଷୀୟା ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର ୪ଜଣ ମୃତକଙ୍କ ମଧ୍ୟରେ ୩ ଜଣ କେବଳ ରାଜଧାନୀ ଭୁବନେଶ୍ବରର ଥିବା ଜଣାଯାଇଛି। ଏମାନଙ୍କ ଭିତରେ ୬୮ ଏବଂ ୫୯ ବର୍ଷିୟ ଦୁଇ ପୁରୁଷ ଓ ଜଣେ ୯୧ ବର୍ଷୀୟା ମହିଳା ଅଛନ୍ତି। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ୫୬ ବର୍ଷୀୟା ମହିଳା ଅଛନ୍ତି। ଅପରପକ୍ଷରେ ମୃତକଙ୍କ ଭିତରେ ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷିୟ ଓ କନ୍ଧମାଳ ଜିଲ୍ଲାର ଜଣେ ୬୯ ବର୍ଷିୟ ପୁରୁଷ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର