ବ୍ରାହ୍ମଣୀ କୂଳରେ ୧୦ଫୁଟର ମୃତ ବଉଳା କୁମ୍ଭୀର

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀର ପରମାନନ୍ଦପୁର ଗାଁ ନିକଟରେ ୧୦ ଫୁଟର ବଉଳା କୁମ୍ଭୀର ମରି ଭାସୁଥିବା ଦେଖିବାକୁ ମିଳିଛି। କୁମ୍ଭୀରଟି ୨/୪ଦିନ ତଳୁ ମରିଥିବା ଅନୁମାନ କରାଯାଉଛି। ଖବର ପାଇ ଆଜି ସଂଧ୍ୟାରେ କନିକା ରେଂଜର ବନ କର୍ମଚାରୀମାନେ ମୃତ କୁମ୍ଭୀରକୁ ଉଦ୍ଧାର କରିଛନ୍ତି।

ବାରମ୍ବାର କୁମ୍ଭୀରଙ୍କ ମୃତ୍ୟୁ ଉଦ୍‌ବେଗ ସୃଷ୍ଟି କରିଛି। ଆସନ୍ତାକାଲି ମୃତ କୁମ୍ଭୀରର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ମାସେ ତଳେ ପାଟ୍ଟଶାଳା ନଦୀରେ ୫ ଫୁଟ ୧୦ ଇଂଚର ମାଈ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷରେ, ଜାନୁଆରି ୫ରୁ ୧୪ ପରିବର୍ତ୍ତେ ଏହି ମାସ ୧୫ ରୁ ୨୩ ତାରିଖ ଯାଏ ଭିତରକନିକାରେ କୁମ୍ଭୀରମାନଙ୍କ ଗଣନା କରାଯିବ। ଏହି ସମୟ ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ସାଧାରଣ ଯାତାୟାତ ଓ ପରିଦର୍ଶନ ପାଇଁ ବନ୍ଦ ରହିବ ବୋଲି ଡିଏଫ୍‌ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର