ଯୁକ୍ତ୨ କଲେଜ ବନ୍ଦ ଓ ନାମଲେଖା କଟକଣା ପ୍ରସଙ୍ଗ : ୧୦ କଲେଜକୁ ମଳିଲା ଅନୁମତି

ଭୁବନେଶ୍ୱର : ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ଉପରେ କଟକଣା ଜାରି ହେବା ପରେ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ବର୍ଷିକିଆ ଆଫିଡେବିଟି ଓ ଅଣ୍ଡରଟେକିଂ ଦାଖଲ କରି ଆଜି ପୁଣିଥରେ ଅନୁମତି ହାସଲ କରିଛନ୍ତି। ୪ଟି ବନ୍ଦ ହୋଇଥିବା କଲେଜ ମଧ୍ୟରୁ ଦବଗଡ଼ ଜିଲ୍ଲାର ଅଣ ଅନୁଦାନପ୍ରାପ୍ତ କଲେଜ ‘ଦେବଗଡ଼ ମହିଳା କଲେଜ’ ସମେତ ୯ଟି କଲେଜକୁ ଅନୁମତି ମିଳିଥିବା ସାମ୍‌ସ ଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ବାଲେଶ୍ୱର ଜିଲ୍ଲା ବସ୍ତାରେ ଥିବା ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, କଟକ ଜିଲ୍ଲା ନିଶ୍ଚନ୍ତକୋଇଲିସ୍ଥିତ ଶକ୍ତି କଲେଜ, ଦେବଗଡ଼ ଜିଲ୍ଲାର ଅଣଅନୁଦାନପ୍ରାପ୍ତ ‘ରେଙ୍ଗାଲବେଡ଼ା ଆଞ୍ଚଳିକ ପଞ୍ଚାୟତ କଲେଜ’, କଳାହାଣ୍ଡି ଜିଲ୍ଲାର କେବିକେ ଟାଇମ୍‌ସ ଏକାଡେମି କଲେଜ, କେନ୍ଦ୍ରାପଡ଼ାର ରମାଦେବୀ କଲେଜ, ଖୋର୍ଧାର ସୁବାସ ସାଇନ୍ସ କଲେଜ, ପୁରୀ ଜିଲ୍ଲାର ମଙ୍ଗଳା ଆବାସିକ କଲେଜ, ସୋନପୁର ଜିଲ୍ଲାର ‘ମା’ ମେଟକାଣି ମହିଳା କଲେଜ’ ଓ ସୁନ୍ଦରଗଡ଼ ଜିଲ୍ଲାର ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ‘ସାବିତ୍ରୀ ଗୋପାଳ ପଞ୍ଚାୟତ କଲେଜ’ ଅନୁମତି ହାସଲ କରିଛନ୍ତି। ୨୦୧୮-୧୯ ଶିକ୍ଷାବର୍ଷରେ ଏହି କଲେଜଗୁଡ଼ିକରେ ନାମଲେଖା ହେବ। ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ଯଦି ସମ୍ପୃକ୍ତ କଲେଜ ଭିତ୍ତିଭୂମି ସୁଦୃଢ଼ ନ କରିବେ ତେବେ ପୁଣିଥରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର