ଶତକ ପାର କଲା କରୋନା ସଂକ୍ରମଣ, କୋରାପୁଟରୁ ୧୩୨ ସଂକ୍ରମିତ ଚିହ୍ନଟ

କୋରାପୁଟ : କିଛି ଦିନ ଧରି ପ୍ରାୟ ୯୦ ଲେଖାଏଁ ସଂକ୍ରମିତ କୋରାପୁଟରୁ ଚିହ୍ନଟ ହେଉଥିଲେ। ଆଜି କିନ୍ତୁ ଶତକ ପାର କରିଛି। ଗୋଟିଏ ଦିନରେ ଜିଲ୍ଳାରୁ ୧୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩ ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ୭୯ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଅନ୍ୟ ୫୦ ଜଣ ସ୍ଥାନୀୟ ସଂକ୍ରମିତ। ଆଜି ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମୁଣ୍ଡରେ ଛନକା ପଶିଛି। ଏପଟେ ନିତି ମୁଣ୍ଡ ନେଇ ଚାଲିଛି ଏହି ମହାମାରୀ।

ପାଖାପାଖି ସପ୍ତାହେ ହେଲା କୋରାପୁଟ ଜିଲ୍ଲାରେ କରୋନା ଦ୍ରୁତଗତିରେ ସଂକ୍ରମଣ ହେଉଛି। ନିତି ୯୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପଟେ ପରୀକ୍ଷା ବଢିବା ପରେ ସଂକ୍ରମିତଙ୍କ ସଂଖ୍ୟା ସ୍ବାଭାବିକ ଭାବେ ବଢି ଚାଲିଛି। ଆଜି ସଂକ୍ରମିତଙ୍କ ମଧ୍ୟରେ କୋରାପୁଟ ଓ ଜୟପୁର ସହରରୁ ଅଧିକ ସଂକ୍ରମିତ ରହିଛନ୍ତି। ଜୟପୁରରୁ ୪୧ ଜଣ ସଂକ୍ରମିତ ରହିଥିଲାବେଳେ ୨୫ ଜଣ କୋରାପୁଟ ସହରରୁ ଅଛନ୍ତି। ବନ୍ଧୁଗାଁ ବ୍ଳକରୁ ୭ ଜଣ, ବୈପାରୀଗୁଡାରୁ ୩ ଜଣ, ଦଶମନ୍ତପୁର ବ୍ଲକରୁ ଜଣେ, ଜୟପୁର ବ୍ଲକରୁ ୪ଜଣ, କୋରାପୁଟ ବ୍ଲକରୁ ୧୨ଜଣ, କୋଟପାଡ ବ୍ଳକରୁ ଜଣେ, କୋଟପାଡ ସହରରୁ ଜଣେ, କୁନ୍ଦୁରା ବ୍ଲକରୁ ଜଣେ, ଲମତାପୁଟ ବ୍ଲକରୁ ୪ ଜଣ, ଲକ୍ଷ୍ମୀପୁର ବ୍ଳକରୁ ୮ ଜଣ, ନନ୍ଦପୁର ବ୍ଳକରୁ ଜଣେ, ନାରାୟଣପାଟଣା ବ୍ଲକରୁ ୬ ଜଣ, ପଟାଙ୍ଗୀ ବ୍ଲକରୁ ୨ଜଣ, ସେମିଳିଗୁଡା ବ୍ଳକରୁ ୪ ଜଣ ଓ ସୁନାବେଡା ପୌରାଞ୍ଚଳରୁ ୧୧ ଜଣ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ଆନ୍ଧ୍ର, ତେଲେଙ୍ଗାନା ଓ ଗଂଜାମରୁ ଜଣେ ଲେଖାଏଁ ଫେରି ସଙ୍ଗରୋଧରେ ରହୁଥିଲେ। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୯୬ଜଣ ପୁରୁଷ ଥିଲାବେଳେ ୩୬ଜଣ ମହିଳା ରହିଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କଣ୍ଟେନମେଣ୍ଟ ଜୋନରୁ।

କୋରାପୁଟ ସହରରୁ ଚିହ୍ନଟ ୨୫ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ସର୍କଲ ଜେଲରୁ। ଡାଙ୍ଗଦେଉଳାରୁ ୩ ଜଣ, ଓଏମପି ଲାଇନରୁ ୩ ଜଣ ଓ ଗୌତମ ନଗର ଦ୍ବିତୀୟ ଗଳିରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ତ୍ରିନାଥ ମନ୍ଦିର ଗଳି, ଟାଉନ ଥାନା, ରଥଶର୍ମା କଲୋନୀ, ରେଳବାଇ କଲୋନୀ, ଉପର କୋଲାବ କଲୋନୀ, ହାଟପଦା, ମେନରୋଡ, ଲାଣ୍ଡିଗୁଡା, ରେଭେନ୍ୟୁ କଲୋନୀ, ସୁନାପୁର, ପଡା ଲାଇନ ଓ ପୁଚିଲା ସାହିରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। କୋରାପୁଟ ବ୍ଲକର ୧୨ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ଛପର ଗାଁରୁ। ଡୁମରୀପୁଟରୁ ୨ ଜଣ ରହିଥିଲାବେଳେ ଗେଟ ହଷ୍ଟେଲ, ନାଲକୋ, ନାଲକୋ ମାଇନ୍ସ ବାରାକ, ତଳ ଉମୁରୀ ଗାଁରୁ ଜଣେ ଲେଖାଏଁ ଅଛନ୍ତି। ବନ୍ଧୁଗାଁ ବ୍ଲକ ପାଲକାରୁ ୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି କୁତ୍ରାବେଡା ଓ ବାଙ୍କିଡିରୁ ଜଣେ ଲେଖାଏଁ ଥିବା ଜଣାପଡିଛି। ବୈପାରୀଗୁଡା, ପଂଜାବୀଗୁଡା ଓ ଲଡକାଗୁଡା ଗାଁରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ନାରାୟଣପାଟଣା ଘାସିସାହିରୁ ୪ ଜଣ, ପୁଲିସ ବାରାକରୁ ଜଣେ ଓ ନାରାୟଣପାଟଣାରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ପ୍ରଶାସନ କହିଛି। ସୁନାବେଡା ପୌରାଞ୍ଚଳରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଏଥିରୁ ୭ ଜଣ ହାଲ ଟାଉନସିପରୁ। ଗାନ୍ଧୀନଗରରୁ ୨ ଜଣ, ସୁନାବେହା ଚର୍ଚ୍ଚ କଲୋନୀରୁ ଜଣେ ଓ ଇନ୍ଦିରା ନଗରରୁ ଜଣେ ସଂକ୍ରମିତ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହେଲା ପରେ ଏହି ସବୁ ଅଂଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଅପରପକ୍ଷରେ ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨୦୯ରେ ପହଞ୍ଚିଛି। ଏଥିରୁ ୧୨୭୯ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରି ଘରକୁ ଫେରିଲେଣି। ଏବେ ପ୍ରାୟ ୧ ହଜାର ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ଆଜି ପର୍ଯ୍ୟନ୍ତ ଜିଲ୍ଳାରେ ୩୮,୭୮୮ ଜଣଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଥିରୁ ୩୬,୯୬୬ ଜଣଙ୍କର ରିପୋର୍ଟ ପ୍ରଶାସନ ପାଖରେ ପହଞ୍ଚିଛି।

ସମ୍ବନ୍ଧିତ ଖବର