ଜଗତସିଂହପୁର: କରୋନା ସଂକ୍ରମଣ ଏବଂ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭିଡ଼କୁ ଆଖି ଆଗରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ୧୪୪ ଧାରା ଜାରି କରାଯାଇଛି। ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୂଚନା ଅନୁଯାୟୀ, ଏହି କଟକଣା ନଭେମ୍ବର ୨୮ ତାରିଖରୁ ୩୦ ତାରିଖ ଯାଏଁ ଲାଗୁ ହେବ।
ଏହି ସମୟରେ ଜଗତସିଂହପୁର ଜିଲ୍ଲାର ପାରାଦୀପର ମଧୁବନସ୍ଥିତ ଜଗନ୍ନାଥ ମନ୍ଦିର, ତିର୍ତ୍ତୋଲ ତହସିଲର ଶାରଳା ମନ୍ଦିର, ରଘୁନାଥପୁର ତହସିଲର ଗୋରେଖନାଥ ମହାପ୍ରଭୁଙ୍କ ପୀଠ, ଗଡ଼କୁଜଙ୍ଗର ଜଗନ୍ନାଥ ମନ୍ଦିର ସମେତ ଅନ୍ୟ କେତେକ ଧାର୍ମିକ ପୀଠରେ ୧୪୪ ଧାରା ଜାରି କରାଯାଇଛି।