କୋରାପୁଟରେ ଜଟିଳ ଅସ୍ତ୍ରୋପଚାର: ମହିଳାଙ୍କ ଗର୍ଭାଶୟରୁ ବାହାରିଲା ୧୪ କିଲୋର ଟ୍ୟୁମର

କୋରାପୁଟ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇ ମହିଳାଙ୍କ ଗର୍ଭାଷୟରୁ ବୃହତ ଟ୍ୟୁମରକୁ ବାହାର କରାଯାଇଛି। ମହିଳା ଜଣକ ହେଲେ ରାୟଗଡା ଜିଲ୍ଲା ଗୁଲମିଝଲା ଗ୍ରାମର ରଇଲା। ମହିଳା ଜଣକ ଏବେ ସୁସ୍ଥ ରହିଥିବାବେଳେ ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମର ମୂଲ୍ୟ ମିଳିଛି। ମହିଳାଙ୍କ ଗର୍ଭାଶୟରୁ ଅସ୍ତ୍ରୋପଚାର କରାଯାଇ  ପ୍ରାୟ ୧୪ କିଲୋର ଏକ ଟ୍ୟୁମର ବାହାର କରାଯାଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ସହକାରୀ ପ୍ରଫେସର ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ଗତ ୫ ତାରିଖ ଦିନ ରାୟଗଡା ଜିଲ୍ଲା ଗୁଲମିଝଲା ଗ୍ରାମର ଜନୈକ  ମହିଳା ପେଟ ବ୍ୟଥା କାରଣରୁ କୋରାପୁଟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ୨ ବର୍ଷ ପୂର୍ବରୁ ଶରୀରରେ ଟ୍ୟୁମର ବୃଦ୍ଧି ପାଉଥିଲା। ଡାକ୍ତର ଗୋପାଳ ନାୟକ, ସର୍ଜରୀ ଡାକ୍ତର ବାସୁଦେବ ମାରାଣ୍ଡିଙ୍କ ନେତୃତ୍ୱରେ ଏବଂ ନର୍ସ ମାନଙ୍କ ସହାୟତାରେ ସଫଳ ଅସ୍ତ୍ରୋପଚାର କରାଯାଇ ବୃହତ ଟ୍ୟୁମର ବାହାର କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି । ଏହା ଜଟିଳ ଥିଲା ଓ ଅଢେଇ ଘଣ୍ଟା ଅସ୍ତ୍ରୋପଚାର କରାଯାଇ ଟ୍ୟୁମର ବାହାର କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।ରୋଗୀ ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି । ସଫଳ ଅସ୍ତ୍ରୋପଚାର କରାଯାଇ ଟ୍ୟୁମର ବାହାର କରାଯାଇଥିବାରୁ ପରିବାରବର୍ଗ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସମ୍ବନ୍ଧିତ ଖବର