କୋକେନ ତଦନ୍ତ ଆଗକୁ ନେବା ପାଇଁ ପାରାଦ୍ବୀପରେ ପହଞ୍ଚିଲେ ଭାଷା ଅନୁବାଦକ

ପାରାଦ୍ବୀପ: ୭ଦିନ ପରେ ପାରାଦ୍ବୀପରେ ପହଞ୍ଚିଲେ ଭାଷା ଅନୁବାଦକ | ଭାଷାଗତ ସମସ୍ୟା ପାଇଁ ଆଗେଇ ପାରୁନଥିବା ତଦନ୍ତ ଏବେ ଆଗକୁ ବଢିବ ବୋଲି କୁହାଯାଉଛି | ପାରାଦ୍ବୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି ) ମଧ୍ୟକୁ ଇଣ୍ଡୋନେସିଆରରୁ ଆସିଥିବା ଭେସେଲ ଦେବୀ ଡେନମାର୍କ ଯିବାପାଇଁ ଷ୍ଟିଲ କଏଲ ଲୋଡିଂ କରୁଥିବା ବେଳେ ଏକ ତାରିଖ ରାତିରେ ଭେସେଲର କ୍ରେନ ଚାମ୍ବର ମଧ୍ୟରୁ ୨୨୦ କୋଟି ଟଙ୍କାର କୋକେନ ଜବତ କରିଥିଲା କଷ୍ଟମ ବିଭାଗ |

ଏହାପରେ ଦିଲ୍ଲୀରୁ ଏନସିବି ଅର୍ଥାତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଦୁଇଜଣ ସଦସ୍ୟ ଆସି ପାରାଦ୍ବୀପରେ ପହଂଚି ଅଧିକ ତଦନ୍ତ କରିବାକୁ ଅଗ୍ରସର ହେବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ଉପୁଜାଇଥିଲା | ଜବତ କୋକେନକୁ ନେଇ କଷ୍ଟମ ବିଭାଗ କୁଜଙ୍ଗ କୋର୍ଟ ରେ ଦାଖଲ କରିବା ସହ କୋର୍ଟର ଅନୁମତି ପରେ ସାମ୍ପଲ ଟେଷ୍ଟ କରାଇବା ପାଇଁ ପଠାଇଥିବା ଓ ସମସ୍ତ କୋକେନକୁ ନେଇ ମାଲଖାନାରେ ରଖିଥିବା ବେଳେ ଗତକାଲି ସଂଧ୍ୟାରେ ଦୁଇଜଣ ଅନୁବାଦକ ଆସି ପାରାଦୀପ ରେ ପହଂଚିଥିବା ଜଣାପଡିଛି | ଅନୁବାଦକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାବେଳେ ସେମାନେ ଆଜି ଅଟକ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ସାକ୍ଷାତ କରି ସକାଳୁ ସେମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚରାଯାଇ ତଦନ୍ତ ଆରମ୍ଭ ହୋଇଥିବା କୁହାଯାଉଛି |

ସମ୍ବନ୍ଧିତ ଖବର