୨୨ଟି ବାଇକ୍ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡିଆଳ ପୁଲିସ ଦ୍ବାରା ବାଇକ୍‌ ରାକେଟ ଠାବ ହୋଇଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୨୨ଟି ବାଇକ୍‌ ଜବତ କରିଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଚୋରି କରିଥିବା ଦୁଇ ଜଣ ବାଇକ୍ ଚୋର ସମେତ ବାଇକ କିଣି ଥିବା ଅଭିଯୋଗରେ ଅନ୍ୟ ଚାରି ଜଣଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ।

ସୂଚନା ଅନୁସାରେ ନୂଆପଡା ଜିଲ୍ଲା ସହ ପଡୋଶୀ ଜିଲ୍ଲା ଗୁଡ଼ିକରେ ବାଇକ୍ ଚୋରି ନୀତି ଦିନିଆ ଘଟଣା ହୋଇ ଚାଳିଥିବା ବେଳେ ଶୁକ୍ରବାର ଖଡିଆଳ ପୋଲିସ ଏହି ଚୋରି ରେକେଟକୁ ଠାବ କରିବା ଶହ ୨୨ ଗୋଟି ବାଇକକୁ ଉଦ୍ଧାର କରିବା ଶହ ଏହି ଚୋରି ରେକେଟ୍ ସଂପୃକ୍ତ ୬ ଜଣ ଙ୍କୁ ପୋଲିସ ଗିରଫ କାରି କୋର୍ଟ ଚାଲାଣ କରିଛି । ଏହି ରକେଟ୍ରେ ସଂପୃକ୍ତ କୋମନା ଥାନା ଚାନ୍ଦୋପଲା ଗ୍ରାମର ତ୍ରିଲୋଚନ ଶବର ଓ ବୋଡ଼େନ ଥାନା ଟାଙ୍ଗିରି ପଡ଼ା ଗ୍ରାମର ଗୋବର୍ଦ୍ଧନ ନାଗ ମୁଖ୍ୟ ସହିତ ରୁଦ୍ର ଭୋଇ’ ନିଳାମ୍ବର ମାଝୀ, ଟେଲର ରଣା, ବିରଞ୍ଚି ହଂସଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଏମାନେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବାଇକ୍ ଚୋରି କରୁଥିଲେ। ଗତ ୭ ତାରିଖ ରେ ନରସିହପୁର ଗ୍ରାମର ଶ୍ରୀକାନ୍ତ ବିହାରୀଙ୍କ ଗାଡ଼ି ଚୋରିକୁ ନେଇ ଖଡିଆଳ ଥାନାରେ ଅଭିଯୋଗ ପରେ ଖଡିଆଳ ପୋଲିସ ଏହି ଚୋରି ରକେଟ୍ ଧରିବା ପାଇଁ ଲାଗି ପଡ଼ିଥିଲା । ଏହି ଘଟଣାର ଅଧିକ ତଦନ୍ତ ଚାଲୁଥିବା ଓ ସଂପୃକ୍ତ ଆଉ କିଛି ଚୋର ଶୀଘ୍ର ଧରାପଡ଼ିବେ ବୋଲି ଖଡିଆଳ ଏସ୍ଡିପିଓ ସନ୍ତକ ଜେନା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର