ଆନ୍ଧ୍ରରୁ ୧୧ଶହ ପ୍ରବାସୀଙ୍କୁ ନେଇ ୨୨ ବସ୍‌ ପହଞ୍ଚିଲା ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌ରେ

ଗୋଳନ୍ଥରା : ଆଜି ଆନ୍ଧ୍ରପ୍ରଦେଶରୁ ୨୨ଟି ବସ୍‌ ଯୋଗେ ପ୍ରାୟ ୧୧ଶହ ଶ୍ରମିକମାନେ ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଥିବା ଦେଖାଯାଇଛି। ଶ୍ରମିକମାନେ ଚେନ୍ନାଇ, ଚିତୋର୍‌, ଗୁଣ୍ଟୁର୍‌, ହାଇଦ୍ରାବାଦ୍‌ ଆଦି ଅଂଚଳରୁ ଚାଲିଚାଲି ଆସୁଥୁବା ବେଳେ ଆନ୍ଧ୍ରପ୍ରଦେଶ ପ୍ରଶାସନ ସେମାନଙ୍କୁ ବିଜୟୱାଡ଼ା ନିକଟରେ ଅଟକାଇ ଥିଲା। ପ୍ରାୟ ୧୧ଶହ ଶ୍ରମିକଙ୍କୁ ୨୨ଟି ବସ୍‌ ଯୋଗେ ଓଡ଼ିଶା ସୀମାନ୍ତ ନିକଟସ୍ଥ ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌କୁ ପଠାଇଥିଲା। ଏ ସଂପର୍କରେ ଗତକାଲି ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଏହାର ସମୀକ୍ଷା କରି ଶ୍ରମିକମାନେ ଏଠାରେ ପହଂଚିବା ପରେ କେମିତି ତାଙ୍କୁ ନିଜ ନିଜ ଅଂଚଳକୁ ପଠାଇବା ବ୍ୟବସ୍ଥା କରାଯିବ ସେ ନେଇ ପ୍ରସ୍ତୁତି କରିଥିଲେ। ଆଜି ସେମାନେ ପହଂଚିବା ପରେ ପ୍ରଶାସନ ଓ ଗୋଳନ୍ଥରା ପୁଲିସ ତରଫରୁ ଖାଦ୍ୟ ପ୍ରଦାନ କରାଯାଇଥିଲା।

ସମସ୍ତ ଫେରନ୍ତା ଓଡ଼ିଶାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୪ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ ଓ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡ଼ିଛି l ସମସ୍ତଙ୍କୁ ନିଜନିଜ ଜିଲ୍ଲାର ସଦରକୁ ପଠାଇବା ପରେ ସେଠାରୁ ଜିଲ୍ଲାପାଳମାନେ ଶ୍ରମିକମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି l ଏସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାର ତାପସ ସେଠି କହିଛନ୍ତି ଯେ ରାସ୍ତାରେ ଖାଇବାକୁ ମିଳି ନଥିଲା। ଚିତୋରରୁ ଚାଲିଚାଲି ଆସିବା ପରେ ବିଜୟୱାଡ଼ା ଠାରେ ଆନ୍ଧ୍ର ପୁଲିସ ଅଟକାଇ ବସ୍‌ର ବ୍ୟବସ୍ଥା କରି ଆମକୁ ଆଣି ଏଠାରେ ପହଞ୍ଚାଇଥିଲେ। ସେହିପରି ଚେନ୍ନାଇରୁ ଚାଲିଚାଲି ଅସୁଥିବା ବଡ଼ଗଡ଼ ଜିଲ୍ଲାର ଅକ୍ଷୟ କ୍ଷେତ୍ରକୁ ବିଜୟୱାଡ଼ା ଠାରେ ଆନ୍ଧ୍ର ପ୍ରଶାସନ ଅଟକାଇ ଆମକୁ ବସ୍‌ରେ ଆଣି ଏଠାରେ ଛାଡ଼ିଥିଲା।

ସମ୍ବନ୍ଧିତ ଖବର