ଢେଙ୍କାନାଳରୁ ୨୯୦ ଟନ୍ ଖଣିଜ ଦ୍ରବ୍ୟ ଜବତ, ୫ ଗିରଫ

୪ ଟ୍ରକ୍, ୨ ଜେସିବି ଓ ହାଇଵା ଜବତ କଲା ଏସ୍‌ଟିଏଫ୍

ଭୁବନେଶ୍ବର : ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏସ୍‌ଟିଏଫ୍ ବୁଧବାର ବିଳମ୍ବିତ ରାତିରେ ୨୯୦ ଟନ୍ ଖଣିଜ ଦ୍ରବ୍ୟ ଜବତ କରିଛି। ଯେଉଁଥିରେ ୨୩୦ ଟନ୍ ହାର୍ଡ କୋକ୍ ଥିବା ବେଳେ ୫ଟନ୍ ଫେରୋକ୍ରୋମ୍, ୩ଟନ୍ ଆଇରନ୍ ପେଲେଟ୍, ୪୫ ଟନ୍ ଷ୍ଟିମ୍ କୋକ୍, ୭ଟନ୍ ଲୁହା ରଡ୍ ରହିଛି। ଏହା ସହ ଘଟଣାସ୍ଥଳରୁ ୪ଟି ଖଣିଜ ଦ୍ରବ୍ୟ ଭର୍ତ୍ତି ୧୪ ଚକିଆ ଟ୍ରକ୍, ଦୁଇଟି ଜେସିବି ଓ ଏକ ହାଇଵା ରହିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍ ଏହିଭଳି ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ ୬୮୮ ଟନ୍ ଖଣିଜ ପଦାର୍ଥ ଜବତ କଲାଣି। ଯେଉଁଥିରେ ସର୍ବାଧିକ ୨୬୨ ଟନ୍ ହାର୍ଡ କୋକ୍ ଥିବା ବେଳେ ୨୧୬ଟନ୍ ଫେରୋ କ୍ରୋମ୍ ଓ ୧୫୦ ଟନ୍ କୋଇଲା ରହିଛି। ଏହା ସହିତ ୨୩ଟି ଜେସିବି, ହାଇଵା ଓ ଟ୍ରକ୍ ମଧ୍ୟ ଜବତ କରାଯାଇଥିବା ବେଳେ ୨୮ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଗତକାଲି ରାତିରେ ଏସ୍‌ଟିଏଫ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା। ଗୋଟେ ସ୍ଥାନରେ ଏତେ ମାତ୍ରାରେ ଖଣିଜ ଦ୍ରବ୍ୟ ଦେଖିବା ପରେ ସେଗୁଡ଼ିକର କାଗଜପତ୍ର ମାଗିବାରୁ କୌଣସି ତଥ୍ୟ ଅଭିଯୁକ୍ତମାନେ ଦେଖାଇ ପାରିନଥିଲେ। ଏହା ସହିତ ଖଣିଜ ପଦାର୍ଥ ପରିବହନ ନେଇ କୌଣସି କାଗଜପତ୍ର ମଧ୍ୟ ସେମାନଙ୍କ ପାଖରେ ନଥିଲା। ତେଣୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣକୁ କେନ୍ଦ୍ର କରି ଏସ୍‌ଟିଏଫ୍ ୫ ଜଣଙ୍କୁ ଗିରଫ କରିବା ସହ ଗାଡ଼ି ଓ ଖଣିଜ ଦ୍ରବ୍ୟ ଜବତ କରିଥିଲା।

ସମ୍ବନ୍ଧିତ ଖବର