ଦ୍ବିତୀୟ ରାଞ୍ଚି ରେଳ ଲାଇନର ଟ୍ରାଏଲ୍‌ର ରନ୍‌

ରାଉରକେଲା: ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ବାଙ୍ଗୁରକେଲା-ବନ୍ଧମୁଣ୍ଡା ରାଞ୍ଚି ଦ୍ବିତୀୟ ରେଳ ଲାଇନର ଟ୍ରାଏଲ ରନ୍‌ କରାଯାଇଛି। ସୁରକ୍ଷା କମିସନର ଏଏମ୍‌ ଚୌଧୁରୀ ଆଠ କିଲୋମିଟର ପର୍ଯ୍ୟନ୍ତ ବିଛା ଯାଇଥିବା ଦ୍ବିତୀୟ ରେଳ ଲାଇନର ସ୍ପିଡ୍‌ ଟ୍ରାଏଲ୍‌ କରିଥିଲେ। ଘଣ୍ଟା ପ୍ରତି ୧୩୦ କିଲୋମିଟର ଟ୍ରେନ୍‌ ଯାତାୟତରେ ଅସୁବିଧା ରହିଛି କି ନାହିଁ ପରୀକ୍ଷା କରିଥିଲେ। ସିଆର୍‌ଏମ୍‌ ଦୁଇଟି ଷ୍ଟେସନ ମଧ୍ୟରେ ରହିଥିବା ରେଳଫାଟକ, ଏନ୍ଆଇ ୱାର୍କ, ସିଗ୍‌ନାଲ, ଆର୍‌ଆର୍‌ଆଇ କେବିନ୍‌ ଆଦି ନିରୀକ୍ଷଣ କରିଥିଲେ। ଗୁଣବତ୍ତା ଯାଞ୍ଚ କରିଥିଲେ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ପର୍ଯ୍ୟନ୍ତ ସିଆର୍‌ଏମ୍‌ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଉଲ୍ଲେଖଯୋଗ୍ୟ, ସିଆର୍‌ଏମ୍‌ଙ୍କ ଅନୁମତି ମିଳିବା ପରେ ଦ୍ବିତୀୟ ରେଳ ଲାଇନ୍‌ରେ ଯାତ୍ରୀ ଓ ମାଲଗାଡ଼ି ଯାତାୟତ କରିବ। କାର୍ଯ୍ୟକ୍ରମରେ ଚକ୍ରଧରପୁର ମଣ୍ଡଳର ଡିଆର୍‌ଏମ୍‌ ବିଜୟ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ରେଳ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର