ଏସ୍‌ସିବିରେ ୪ ଡେଙ୍ଗୁରୋଗୀ

କଟକ : ଦିନକୁ ଦିନ ବଢି ବଢି ଚାଲିଛି ଏସ୍‌ସିବିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତକାଲି ଏସ୍‌ସିବିରେ ଡେଙ୍ଗୁରେ କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଜଣେ ରୋଗୀ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଆଜି ୧୭ଟି ରକ୍ତ ନମୁନା ପରୀକ୍ଷଣ କରାଯିବା ପରେ ସେଥିରୁ ଗୋଟିଏ ନମୁନାରେ ଡେଙ୍ଗୁ ଚିହ୍ନଟ ହୋଇଛି। ତେବେ ଚକ୍ଷୁ ଓ୍ଵାର୍ଡ ଉପରେ ଖୋଲାଯାଇଥିବ ଡେଙ୍ଗୁ ଓ୍ଵାର୍ଡରେ କର୍ମଚାରୀ ଅଭାବ, ରୋଗୀ ସଂଖ୍ୟା କମ୍‌ ଥିବା ଦୃଷ୍ଟିରୁ ରୋଗୀଙ୍କୁ ଆଶୁ ଚିକିତ୍ସା କେନ୍ଦ୍ରରେ ରଖାଯାଉଛି। ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ରକ୍ତ ନମୁନାରେ ଡେଙ୍ଗୁ ନଥିବା ପରୀକ୍ଷଣ ରିପୋର୍ଟରୁ ଜଣାପଡିଛି ବୋଲି କହିଛନ୍ତି ପ୍ରଫେସର ଡାକ୍ତର ସିବିକେ ମହାନ୍ତି।

ସମ୍ବନ୍ଧିତ ଖବର