ଆଜି ୪ଟି ସ୍ଥାନରେ ୪୦ ଡିଗ୍ରି ଟପିଲା ପାରଦ
ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଆଜି ତାତିରେ ସିଝିଛି । ଆଜି କିଛି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଆଜି ରାଜ୍ୟର ଟିଟିଲାଗଡ, ଭବାନୀପାଟଣା, ତାଳଚେର ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଟିଟିଲାଗଡ଼ ଓ ତାଳଚେରର ତାପମାତ୍ରା ୪୧ ଡିଗ୍ରି ରହିଛି । ସେହିପରି ଭବାନୀପାଟଣା ଓ ମାଲକାନଗିରିରେ ତାପମାତ୍ରା ଆଜି ୪୦.୫ ଡିଗ୍ରୀ ରହିଛି | ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତାକାଲି(ମେ ୧୨) ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ।
Sambad is now on WhatsApp
Join and get latest news updates delivered to you via WhatsApp
୧୩ ତାରିଖ ଦିନ ପବନର ବେଗ କମିବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୪ ତାରିଖ ପରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ୧୮ ତାରିଖ ବେଳକୁ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ ପରେ ପୁଣି କ୍ରମଶଃ ବଢ଼ିବ।
ଅତ୍ୟଧିକ ଆର୍ଦ୍ରତା ହେତୁ ଉପକୂଳ ଅଞ୍ଚଳରେ ତାପମାତ୍ରା ପ୍ରାୟ ୫ ଡିଗ୍ରି ସେଲ୍ସିୟସ ଅଧିକ ଅନୁଭୂତ ହେବ। ଉତ୍ତର-ପଶ୍ଚିମାଞ୍ଚଳର କେତେଗୁଡ଼ିଏ ସ୍ଥାନରେ ୧୮ ତାରିଖରେ ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିବ। ସେହିପରି ମାଲ୍କାନାଗିରି, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ବୌଦ୍ଧ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ଅଛି।