ମାଓ ସଂପର୍କରେ ୫ ଗିରଫ

ଫୁଲବାଣୀ: ମାଓବାଦୀଙ୍କ ସହିତ ସମ୍ପର୍କ ରଖିଥିବା ୫ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ। ଗିରଫ ବ୍ୟକ୍ତିମାନେ ହେଲେ, ମାଦିକେଲାର ଅଗଷ୍ଟି ଘଟାଲ(୪୦) ଓ ବାଇଧର ମଳିକ(୩୦) ଏବଂ ଟିକିରପଡାର ପ୍ରଶାନ୍ତ ଘଟାଲ(୪୦),କମ୍ବୁପାଣି ବେହେରା(୪୦),ବଳରାମ ବେହେରା(୩୦),ସୀମାଞ୍ଚଳ ବେହେରା(୨୮) ଓ ପ୍ରଫୁଲ୍ଲ ନାୟକ(୫୨)। ଏସ୍‌ପି ଶ୍ରୀ ସିଂଙ୍କ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ସଦରଥାନା ସୁଡ୍ରୁକୁମ୍ପା ଫାଣ୍ଡି ମଲିକପଡା ନିକଟ ଠିକା କ୍ୟାମ୍ପରେ ଗତ ୫ ତାରିଖ ରାତିରେ ମାଓବାଦୀ ପଶି ୫ଟି ଗାଡି ପୋଡି ଦେବା ସହ କ୍ୟାମ୍ପର ଜଗୁଆଳି ପାତିଆମ୍ବାର ରବୀନ୍ଦ୍ର ମଳିକଙ୍କୁ ନିର୍ମମ ହତ୍ୟା କରିଥିଲେ। ଏହି ଘଟଣାରେ ମାଓବାଦୀଙ୍କୁ ସହଯୋଗ କରିଥିବା ଏବଂ ବହୁ ଦିନ ହେଲା ସେମାନଙ୍କ ସହ ସଂପର୍କରେ ଥିବା ମାଦିକେଲା ୨ ଓ ଟିକିରପଡାର ୫ ଜଣଙ୍କୁ ଗିରଫ କରାଯାଇଛି। ସାମ୍ବାଦିକ ସମ୍ମିଳନୀ‌ରେ ଅତିରିକ୍ତ ଏସ୍‌ପି ଉତ୍କଳ ରଂଜନ ଦାସ, ଡିଏସପି ନାରାୟଣଚନ୍ଦ୍ର ନାୟକ, ଡିଏସପି ସୁନାରାମ ହେମ୍ବ୍ରମ, ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର