୫ ବଖରା ଜଳିଗଲା

ଯଖପୁରା/ଦାନଗଦୀ,: କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ରଙ୍କନିଧି ବିଶ୍ଵାଳଙ୍କ ଦୁଇ ପୁଅ ସୁଦର୍ଶନ ଓ ଶୁକଦେବଙ୍କ ପାଞ୍ଚ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳୁ ଗ୍ୟାସ ଚୁଲାରେ ରୋଷେଇ ସମୟରେ କୌଣସି କାରଣରୁ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଥିଲା। ନିମିଷକ ମଧ୍ୟରେ ନିଆଁର ପ୍ରକୋପରେ ପାଞ୍ଚ ବଖରା ଘର ସହ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁ ଲିଭାଇବା ପାଇଁ ଗ୍ରାମର କିଛି ଯୁବକ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନ ଥିଲା।

ଖବର ପାଇ ଭିସା ଷ୍ଟିଲର ଅଗ୍ନିଶମ ବାହିନୀ, ଜିନ୍ଦଲ କାରଖାନାର ଅଗ୍ନିଶମ ବାହିନୀ ଓ ଦାନଗଦି ଦମକଳବାହିନୀର ମିଳିତ ଉଦ୍ୟମରେ ନିଆଁ ଲିଭା ଯାଇଥିଲା। ଯଖପୁରା ସରପଞ୍ଚ ଅରୁଣ ଜୋତି ସାମଲ ପହଞ୍ଚି ବିପନ୍ନ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର