୫୨୦ ଲିଟର ଦେଶୀ ମଦ, ୨୨ ହଜାର କେଜି ମହୁଲ ପୋଚ ଜବତ

ରାଉରକେଲା: ରାଉରକେଲା ଅବକାରୀ ପୁଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି। ବେନିୟମଭାବେ ଚାଲିଥିବା ଦେଶୀ ମଦ ରନ୍ଧାଶାଳରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣରର ଦେଶୀ ମଦ ଓ ମହୁଲ ପୋଚ ଜବତ କରିଛି। ଆଜି ପୂର୍ବାହ୍ନରେ ଅବକାରୀ ପୁଲିସ ସଦଳବଳ ବିଶ୍ରା ଥାନା ଅନ୍ତର୍ଗତ କେମାଙ୍ଗଠାରେ ପହଞ୍ଚିଥିଲା। ପୂର୍ବ ସୂଚନାକୁ ଭିତ୍ତିକରି ଦେଶୀ ମଦ ରନ୍ଧାଶାଳରେ ପହଞ୍ଚିଥିଲା। ସେଠାରେ ରନ୍ଧା ସରିଥିବା ୫୨୦ ଲିଟର ଦେଶୀ ମଦ ଓ ମଦ ତିଆରିବାରେ ବ୍ୟବହୃତ ୨୨ ହଜାର ୩ ଶହ କେଜି ମହୁଲପୋଚକୁ ଜବତ କରିଛି। ମହୁଲପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଥିଲା। ଏହାସହ ଦେଶୀ ମଦ ବେପାରୀଙ୍କଏକ ସ୍କୁଟି(ଓଡି-୧୪-ପି-୬୪୦୮) ଜବତ ହୋଇଛି। ତେବେ ଅବକାରୀ ପୁଲିସକୁ ଦେଖି ଅଭିଯୁକ୍ତମାନେ ଚମ୍ପଟ୍‌ ମାରିବାରେ ସଫଳ ହୋଇଥିଲେ। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ପ୍ରତ୍ୟକ୍ଷତତ୍ତ୍ବାବଧାନରେ ଅନୁଷ୍ଠିତ ଚଢ଼ଉରେ ଅବକାରୀ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ, କର୍ମଚାରୀ, ବିଶ୍ରା ପୁଲିସ ସାମିଲ ଥିଲେ।

ସମ୍ବନ୍ଧିତ ଖବର