୭୫% ନଗଡ଼ା ବାସିନ୍ଦା ଭୋଟ୍‌ଦେଲେ

କାଳିଆପାଣି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ମତଦାନ କରିବାକୁ ନଗଡ଼ାବାସୀଙ୍କ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି। ପାହାଡ଼ି ଇଲାକା ନଗଡ଼ା, ଗୁହିଆଶାଳ, ତଳଡିହ ଓ ତୁମୁଣି ଗାଁର ମୋଟ୍‌ ୪୩୭ ଜଣ ଜୁଆଙ୍ଗ ଜନଜାତିର ଭୋଟରଙ୍କ ମଧ୍ୟରୁ ୩୩୦ ଜଣ ଆଜି ସାତକୁଲିଆ ପାହାଡ଼ ତଳକୁ ଆସି ମତଦାନ କରିଛନ୍ତି। ଏହା ହେଉଛି, ସମୁଦାୟ ଭୋଟ୍‌ସଂଖ୍ୟାର ୭୫ ପ୍ରତିଶତ।

ସୂଚନା ଅନୁସାରେ, ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ପ୍ରାଥମିକ ସ୍କୁଲ୍‌ ପରିସର ୧ ନମ୍ବର ବୁଥ୍‌ରେ ସେମାନେ ମତଦାନ କରିଥିଲେ। ଏହି ସ୍କୁଲ୍‌ର ୨ ନମ୍ବର ବୁଥ୍‌ରେ ଅଶୋକଝର, ଦେଓଗାଁ, ବାହାଳିସାହି, କୁମୁଡ଼ିବାହାଳି, କଙ୍କଡ଼ାଗୋଡ଼ି ଗ୍ରାମବାସୀ ଭୋଟ୍‌ ଦେଇଥିଲେ। ଏଠାରେ ମୋଟ୍‌ ୩୫୨ ଜଣ ଭୋଟରଙ୍କ ମଧ୍ୟରୁ ୩୧୫ ଜଣ ମତଦାନ କରିଥିଲେ। ନଗଡ଼ାବାସୀଙ୍କ ମତଦାନ ହାର ୭୫ ପ୍ରତିଶତ ଓ ଏହା ସଂଲଗ୍ନ ୨ ନମ୍ବର ବୁଥ୍‌ରେ ଗ୍ରାମବାସୀଙ୍କ ମତଦାନ ହାର ୮୯ ପ୍ରତିଶତ ରହିଛି। ଉଭୟ ବୁଥ୍‌ ହିସାବକୁ ନେଲେ ମତଦାନ ହାର ୮୧ ପ୍ରତିଶତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର