ପୋଖରୀରେ ବୁଡ଼ି ନାବାଳକ ମୃତ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ପୋଖରୀରେ ଗାଧୋଉଥିବା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅଧୀନ ଉପରଚବରୀ ଗ୍ରାମର ଈଶ୍ୱର ନାଏକଙ୍କ ଏକମାତ୍ର ପୁଅ ଦେବାଶିଷ (୧୨) ବୁଧବାର ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ଅସାବଧାନତା ଯୋଗୁଁ ଗଭୀର ପାଣିକୁ ଚାଲି ଯାଇଥିଲା। ଫଳରେ ପାଣିରେ ବୁଡ଼ି ତା’ର ମୃତ୍ୟୁ ହୋଇଯାଇଥିଲା।

ଏନେଇ ଥୁଆମୂଳ ରାମପୁର ଥାନାକୁ ସୂଚନା ମିଳିବା ପରେ ମହୁଲପାଟଣା ଫାଣ୍ଡି ଅଧିକାରୀ ବୁଲୁ ସେଠୀ ଓ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ଉଦ୍ଧାରକାରୀ କର୍ମଚାରୀ ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ହାବିଲଦାର ଶିବ ପ୍ରସାଦ ପାତ୍ର, ଡ୍ରାଇଭର ଶିବ କିଶନ,  ରଞ୍ଜିତ ଖଣ୍ଡଗିରି,  ଗୁପ୍ତେଶ୍ୱର କୁଁଅର, ଦୁର୍ଯୋଧନ ଜଗତ ପ୍ରମୁଖ ଶବକୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ପୂରା ଗାଁରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର