ଜିଲ୍ଲା ନ୍ୟାୟଳୟ ପରିସରରେ କାଗଜ ବିହୀନ କୋର୍ଟ ଲୋକାର୍ପିତ

ଜୟପୁର: ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରସ୍ଥ ପରିବାର ଅଦାଲତରେ ସୁପ୍ରିମକୋର୍ଟର ନିର୍ଦେଶକ୍ରମରେ କାଗଜ ବିହୀନ କୋର୍ଟ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଉଚ୍ଚତମ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି  ଜଷ୍ଟିସ ଉଦୟ ଉମେଶ ଲଲିତ,ଉଚ୍ଚତମ ନ୍ୟାୟାଳୟର ବିଚାରପତି ଡକ୍ଟର ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ,  ଜଷ୍ଟିସ ଏମ . ଆର. ଶାହା, ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୁରଲୀଧର,  ଜଷ୍ଟିସ ଏସ. ତଳପାତ୍ର ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟାନ୍ୟ  ବିଚାରପତିଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମରେ ଏହାକୁ ଲୋକାର୍ପିତ କରାଯାଇଥିଲା।  ଏଥିରେ ଭାରପ୍ରାପ୍ତ ଜିଲ୍ଲା ଓ ଦୌରା ଜଜ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜତଥା ଭିଜିଲାସନ୍ସ ଜଜ ରାଜେଶ ଏକ୍କା, ରେଜିଷ୍ଟ୍ରାର  ଶରତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତ ଜଜ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ-ତଥା-ସ୍ଵତନ୍ତ୍ର ପୋକସୋ ଅଦାଲତ ସି. ଏଚ. ବାସୁଦେବ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଦିଲିପ କୁମାର ସାହୁ,  ବରିଷ୍ଠ ଦେୱାନୀ ବିଚାରପତି ଏମଏସ ମୁସାରତ ଜହିନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମନ ଜେନା, ଏସ. ଡି. ଜେ. ଏମ. ରେଖାରାଣୀ ପଣ୍ଡା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଏମ ଏସ ପଲ୍ଲବୀ ପ୍ରିୟଦର୍ଶିନୀ ଦାସ, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଆଦର୍ଶ କୁମାର ବେହେରା ,ଜିଲ୍ଲା ଓକିଲ ସଂଘ, ଜୟପୁରର  ସଭାପତି ସରୋଜ କୁମାର ଦାଶ, ସମ୍ପାଦକ ଆନନ୍ଦ ରଥଙ୍କ ସହ ବହୁ ଆଇନଜୀବୀ ଏଥିରେ ଭାଗ ନେଇଥିଲେ। ରାଜ୍ୟର ୩୦ ଜିଲ୍ଲାରେ ନିର୍ଦ୍ଧିଷ୍ଟ ଅଦାଲତ ଗୁଡିକରେ କାଗଜବିହୀନ ଅଦାଲତ ବ୍ୟବସ୍ଥା କରାଯାଇଛି । ଏହି ଅଦାଲତରେ ୧୯୦ ଗୋଟି ଦେୱାନୀ ମାମଲା ଏବଂ ୩୨୧ ଗୋଟି ଫୌଜଦାରି ମାମଲା, ଏହିପରି ଭାବେ ସର୍ବମୋଟ ୫୧୧ ଗୋଟି ମାମଲା ବିଚାରଧିନ ରହିଛି ।

କୋରାପୁଟ ଜିଲ୍ଲାରେ ପରିବାର ଅଦାଲତ, କୋରାପୁଟ-ଜୟପୁର ଠାରେ ଏହି ବ୍ୟବସ୍ଥା ଆଜି ଠାରୁ ଉପଲବ୍ଧ ହୋଇପାରିବ। ପୂର୍ବରୁ ଇ-ଫାଇଲିଙ୍ଗ ଷ୍ଟେସନ ମାଧ୍ୟମରେ ମଧ୍ୟ ଜୟପୁର ଠାରେ ମାମଲା ଦାୟର କରିବାର ବ୍ୟବସ୍ଥା କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ନାଜ଼ୀର ଏ. ରମେଶ କୁମାର, ନାଏବ ନାଜ଼ୀର ଦେବେନ୍ଦ୍ର କୁମାର ନାୟକ, ମୁଖ୍ୟ କିରାଣୀ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ l ଏହି ଲୋକାର୍ପଣ ଉତ୍ସବର ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ ଅଫିସର ରଜନୀକାନ୍ତ ଲିମା ଓ ସହଯୋଗୀ ରାଜେଶ ସିଂ, ସନ୍ତୋଷ କୁମାର କନ୍ଧପାନ ପ୍ରମୁଖ ପରିଚାଳନା କରିଥିଲେ l

ସମ୍ବନ୍ଧିତ ଖବର