ଝାରପଡ଼ା ଜେଲର ସଂଗରୋଧ ୱାର୍ଡ଼ରେ ଏଭଳି କଟିଲା ପାଠକ ବାପ-ପୁଅଙ୍କ ପ୍ରଥମ ରାତି

ଭୁବନେଶ୍ବର: ମାଗିଲେ ବ୍ରେଡ, ବଟର ମିଳିଲା ସୁଜି, ମଟର । ଝାରପଡ଼ା ଜେଲର ସଂଗରୋଧ ୱାର୍ଡରେ ପାଠକ ବାପ ପୁଅଙ୍କ ପ୍ରଥମ ରାତି କଟିଛି । ଆରାମରେ ଦିନ କାଟୁଥିବା ବାପ, ପୁଅ ଆଜି ସକାଳୁ ଜଳଖିଆରେ ବ୍ରେଡ,ବଟର ଖାଇବାକୁ ମାଗିଥିଲେ । ହେଲେ ଜେଲରେ ତାଙ୍କୁ ଉପମା ଓ ମଟର ତରକାରୀ ଖାଇବାକୁ ଦିଆଯାଇଥିଲା । ବାପ ପୁଅଙ୍କୁ ତାହା ରୁଚି ନଥିଲେ ମଧ୍ୟ ଖାଇବାକୁ ପଡ଼ିଛି । ସେହପିରି ଜେଲରେ ସାଢେ ୧୧ଟା ସୁଦ୍ଧା ଦିନ ଖାଇବା ଶେଷ ହୋଇଛି ।

ବାପ, ପୁଅ ଧାଡ଼ିରେ ଛିଡା ହୋଇ ଖାଦ୍ୟ ଆଣି ଖାଇଛନ୍ତି । ରୁଟି, ଭାତ ମଧ୍ୟରୁ ଗୋଟିଏ ମିଳିଥିବା ବେଳେ ତା ସହ ଡାଲି ଓ ତରକାରୀ ମିଳିଛି । ସେହିପରି ରାତି ଖାଇବା ସନ୍ଧ୍ୟା ୫ରୁ ସାଢେ ୫ ଭିତରେ ମିଳିବ । ଦିନ ପରି ରାତିରେ ମଧ୍ୟ ଭାତ ଓ ରୁଟି ମଧ୍ୟରୁ ଗୋଟିଏ ତା ସହ ଡାଲି ଆଉ ତରକାରୀ ଖାଇବାକୁ ଦିଆଯିବ । ଉଭୟଙ୍କୁ ଗତ ରାତିରେ ଜେଲର ରୁଟି ଓ ସନ୍ତୁଳା ଦିଆଯାଇଥିଲା । ଆଉ ଖାଇବା ପାଇଁ ୨ଟି ଗିନା, ଗୋଟିଏ ଷ୍ଟିଲ ଥାଳି ଦିଆଯାଇଛି । ଏହା ସହ ଶୋଇବା ପାଇଁ ୨ଟି କମ୍ବଳ ଦିଆଯାଇଛି ।

ଗୋଟିଏ ତଳେ ପାରିବେ ଓ ଅନ୍ୟଟି ଘୋଡାଇ ହେବେ । ପାଠକ ବାପ ପୁଅଙ୍କ ରଙ୍ଗୀନ ଦୁନିଆର ସଉକ ଶେଷ ହୋଇଛି । ବିଳାସପୂର୍ଣ୍ଣ ଫ୍ଲାଟରେ ରହିବା, ପଂଚତାରକା ହୋଟେଲରେ ଖାଇବା, ଲକ ଡ଼ାଉନରେ ଆକାଶରେ ଉଡ଼ି ବୁଲିବାର ନିଶା ଏବେ ଉତୁରି ଯାଇଛି । ବିଳମ୍ବିତ ରାତି ଯାଏଁ ଦୁହିଁଙ୍କୁ ନିଦ ଆସିନଥିବା ଶୁଣିବାକୁ ମିଳିଛି ।

ସମ୍ବନ୍ଧିତ ଖବର