ଗାଡ଼ି ଦୁର୍ଘଟଣାରେ ୫ ଶ୍ରମିକ ଗୁରୁତର

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଧାଉଡ଼ିଆପଦା ଓ କଳାଶ୍ରୀ ଗ୍ରାମର କେତେକ ଶ୍ରମିକ ଆଜି ସକାଳୁ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ଏମାନଙ୍କ ଗାଡ଼ିକୁ ଅନ୍ୟ ଏକ ଅଜଣା ଗାଡ଼ି ଧକ୍କାଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ଗାଡ଼ିରେ ଥିବା ୧୯ ଜଣ ଶ୍ରମିକ ରାସ୍ତା କଡ଼କୁ ଛିଟିକି ପଡ଼ି ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ନିକଟସ୍ଥ ଛତା ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା।

ସେମାନଙ୍କ ମଧ୍ୟରୁ କୌଶଲ୍ୟା ଦେହୁରୀ (୪୦) ଓ ବିଳାସିନୀ ଦେହୁରୀ (୪୧) ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆହତ ଶ୍ରୀକର ଦେହୁରୀ (୫୩), ସୁରେନ୍ଦ୍ର ଦେହୁରୀ (୪୫) ଓ ପ୍ରଶାନ୍ତ ଦେହୁରୀ (୩୯) ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୪ ଜଣଙ୍କୁ ଛତା ମେଡିକାଲରେ ଚିକିତ୍ସିତ କରାଯାଇ ନିଜନିଜ ଘରକୁ ପଠାଇ ଦିଆଯାଇଛି। ଖବର ପାଇ କଂଗ୍ରେସ ନେତା ଅଜୟ କୁମାର ସାମଲ, ଅଶୋକ ବେହେରା, ସରୋଜ କୁମାର ଜେନା ଓ ସାମ୍ବାଦିକ ସେକ ଇକ୍‌ବାଲ ହୁସେନ ପ୍ରମୁଖ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର