ବଜାର ବୁଲାଇ ନେବା ବାହାନାରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାମରା : ଭାଉଜଙ୍କ ଭାଇ ହୋଇଥିବାରୁ ଅବିଶ୍ବାସ କରିବାର କାରଣ ନଥିଲା। ତାଙ୍କ ସହିତ ବଜାର ବୁଲିବାକୁ ଯାଇଥିଲେ। ମାତ୍ର ଯୁବକ ଜଣଙ୍କ ବିଶ୍ବାସରେ ବିଷ ଦେଲା। ବଜାର ବୁଲାଇ ନେବା ବାହାନରେ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କଲା। ଏହି ଘଟଣାରେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ମହୁଲପାଲି ଥାନା ଖୋଲିବିଲୁଙ୍ଗ ଅଞ୍ଚଳର ଶରତ ଟପ୍ପୋ(୨୦)। ପୁଲିସ ସୂଚନା ଅନୁଯାୟୀ ଗୋବିନ୍ଦପୁର ଅଞ୍ଚଳର ନାବାଳିକା(୧୭)ଙ୍କ ଘରକୁ ତାଙ୍କ ଭାଉଜଙ୍କ ଭାଇ ଶରତ ବୁଲିବାକୁ ଆସିଥିଲେ। ଉଭୟ ଏକ ବାଇକ୍‌ରେ ବାମରା ବସଷ୍ଟାଣ୍ଡ୍‌କୁ ଆସିଥିଲେ। ବୁଲାବୁଲି ସରିବା ପରେ ଶରତ ନାବାଳିକାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ସାଧପଡ଼ା ନିକଟସ୍ଥ ପତରା ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଅଭିଯୋଗକୁ ଭିତ୍ତି କରି ଗୋବିନ୍ଦପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମଇନା ହୋଇଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଶର୍ମିଷ୍ଠା ସୁନା କହିଛନ୍ତି।

ସମ୍ବନ୍ଧିତ ଖବର