କଣ୍ଟାବାଞ୍ଜିରେ ପୁଣି ଗାଈକୁ ଏସିଡ୍‌ମାଡ଼

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଞ୍ଚଳରେ ଅନେକ ଦିନ ହେଲା ଗାଈମାନଙ୍କୁ କିଛି ଦୁର୍ବୃତ୍ତ ଏସିଡ୍‌ମାଡ଼ କରୁଛନ୍ତି। ସହର ଭିତରେ ରହୁଥିବା ଗାଈମାନଙ୍କୁ ଏସିଡ୍‌ମାଡ଼ କରି ଫେରାର୍ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ମଧ୍ୟ ଲୋକେ ହେଉଛନ୍ତି। ତଥାପି ଗୁରୁବାର ସ୍ଥାନୀୟ ନୂଆପଡ଼ା ଅଞ୍ଚଳରେ ଗୋଟିଏ କଳାଗାଈକୁ ଏସିଡ୍‌ମାଡ଼ ହୋଇଥିବା ଦେଖିବାକୁ ମିଳିଛି।

ସହର ଭିତରେ ଏଭଳି କାମ କରୁଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ଲୋକେ ଦାବି କରୁଛନ୍ତି। କିଛିଦିନ ତଳେ ଏନ୍‌ଏସି ଅଧ୍ୟକ୍ଷ ବରିୟାଂମ ସିଂହ ସାଲୁଜାଙ୍କ ସମେତ ଅନେକ ବୁଦ୍ଧିଜୀବୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନ୍‌ଏସି କର୍ମଚାରୀଙ୍କ ସହ ପୁଲିସ କର୍ମଚାରୀମାନେ ମଧ୍ୟ ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି। ପ୍ରଶାସନ ଏଭଳି କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର