ମଦ, ଅଶ୍ଳୀଳତା, ନାରୀ ନିର୍ଯାତନା ବନ୍ଦ ଦାବିରେ ବିକ୍ଷୋଭ

ଭୁବନେଶ୍ବର : ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟକୁ ସ˚ପୂର୍ଣ୍ଣ ନିଷେଧ କରିବା, ଅଶ୍ଳୀଳତା- ଅପସ˚ସ୍କୃତିର ପ୍ରସାର ଉପରେ ରୋକ୍‌ ଲଗାଇବା ଓ ଅଶ୍ଳୀଳ ‌ୱେବସାଇଟ୍‌କୁ ବ୍ୟାନ୍‌ କରିବା ଆଦି ଦାବି ନେଇ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅଲ୍‌ ଇଣ୍ତିଆ ମହିଳା ସା˚ସ୍କୃତିକ ସ˚ଗଠନ, ଭୁବନେଶ୍ବର ସିଟି କମିଟି ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିଛି। ଅନୁଷ୍ଠାନର ସଭାନେତ୍ରୀ ନିୟତି ଜାନାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ପରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ରାଜ୍ୟ କମିଟି ସଭାନେତ୍ରୀ ବୀଣାପାଣି ଦାସ, ସିଟି କମିଟି ସ˚ପାଦିକା ବିଜୟଲକ୍ଷ୍ମୀ ପାତ୍ର, ପ୍ରଭାମଞ୍ଜୁଳା ବ୍ରହ୍ମ, ସୁନିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର