ନାବାଳିକା ଅପହରଣ ଅଭିଯୋଗ, ଜେଲ୍‌ ଗଲେ ଯୁବକ

କଣ୍ଟାବାଞ୍ଜି : ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ତୁରେକେଲା ବ୍ଲକ୍‌ ସାନବାଙ୍କି ଗାଁର ଜଗମୋହନ କାଣ୍ଡ ନାମକ ଜଣେ ଯୁବକ ଜେଲ୍‌ ଯାଇଛନ୍ତି।

ପୁଲିସର ସୂଚନା ଅନୁସାରେ, କିଛି ଦିନ ତଳେ କମେଇମୁଣ୍ଡା ପଞ୍ଚାୟତ ଅଞ୍ଚଳର ଉକ୍ତ ନାବାଳିକା ଅପହରଣ ହୋଇଥିବା ନେଇ ତୁରେକେଲା ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ତଦନ୍ତ କରୁଥିଲେ। ଅଭିଯୁକ୍ତ ଜଗମୋହନ ସାଥୀମାନଙ୍କ ସହ ନାବାଳିକାଙ୍କୁ ଅପହରଣ କରିଥିବା ଜାଣିବାକୁ ପାଇଥିଲେ। ପୁଲିସ ଗତ ୪ ତାରିଖ ଦିନ ସାନବାଙ୍କି ଗାଁରେ ପହଞ୍ଚି ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଜଗମୋହନଙ୍କୁ ଗିରଫ କରିଥିଲା। ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଅଦାଲତକୁ ଚଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର