ଏଏନ୍‌ଏମ୍‌ ନିଯୁକ୍ତି କେଳେଙ୍କାରୀ : ୨୪ଘଣ୍ଟାରେ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ

କେନ୍ଦ୍ରାପଡ଼ା : କୋଭିଡ୍‌ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ୨୪୯ଏଏନ୍‌ଏମ୍‌ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। କିଭଳି ଆଉ କେଉଁ ପରିସ୍ଥିତିରେ ଏପ୍ରକାର ନମ୍ବର ଜାଲିଆତି କରାଗଲା, ସେ ସ˚ପର୍କରେ ଆସନ୍ତା ୨୪ଘଣ୍ଟା ମଧୢରେ ତଦନ୍ତ ରିପୋର୍ଟ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅନିତା ପଟ୍ଟନାୟକଙ୍କୁ କୁହାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏପ୍ରକାର ତଦନ୍ତ ନିର୍ଦେଶ ପରେ ସ୍ବାସ୍ଥ୍ୟ ବିଭାଗ ଅସାଧୁ କର୍ମଚାରୀଙ୍କ ମହଲରେ ଭାଳେଣି ପଡ଼ିଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୪୯ ଏଏନ୍‌ଏମ୍‌ଙ୍କ ନିଯୁକ୍ତି ନିମନ୍ତେ ଗତ ଜୁଲାଇ ୧୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାର୍କ ଭିତ୍ତିରେ ହେବାକୁ ଥିବା ଏହି ନିଯୁକ୍ତି ନିମନ୍ତେ ୫୦୬ଜଣ ଆବେଦନ କରିଥିଲେ। ଜୁଲାଇ ୨୨ରେ କେନ୍ଦ୍ରାପଡ଼ା ଟାଉନ୍‌ ହଲ୍‌ରେ ଆବେଦନକାରୀଙ୍କ ସାକ୍ଷାତକାର ପରେ ଅଗଷ୍ଟ ୧୦ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା ଏବ˚ ୧୩ତାରିଖରେ ୨୪୯ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତିପତ୍ର ମିଳିଥିଲା। ମାତ୍ର ଚୟନରେ ସା˚ଘାତିକ ଅନିୟମିତତା ହୋଇଥିବା କିଛି ବ˚ଚିତ ପ୍ରାର୍ଥୀ ଅଭିଯୋଗ କରିବା ପରେ ଏଏନ୍‌ଏମ୍‌ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ସ˚କ୍ରାନ୍ତରେ ମ˚ଗଳବାର ସମ୍ବାଦରେ ଚାକିରି ପାଇଁ ନମ୍ବର ଖେଳ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସାମାଜିକ କର୍ମୀ ପ୍ରତାପ ମହାନ୍ତି ଟ୍ବିଟ୍‌ ଯୋଗେ ଦୃଷ୍ଟି ଆକର୍ଷଣ କରିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଆଜି ଘଟଣାର ତଦନ୍ତ ନିର୍ଦେଶ ଦେଇ ସିଡିଏମ୍‌ଓଙ୍କୁ ଆସନ୍ତା ୨୪ଘଣ୍ଟା ମଧୢରେ ରିପୋର୍ଟ ଦେବାକୁ କହିଛନ୍ତି।

ଅନ୍ୟପକ୍ଷରେ ସିଡିଏମ୍‌ଓ ଡାକ୍ତର ପଟ୍ଟନାୟକ କହିଛନ୍ତି ଯେ ନିଯୁକ୍ତି ପୂର୍ବରୁ ଭଲଭାବେ ସାର୍ଟିଫିକେଟ୍‌ ଯାଞ୍ଚ୍‌ କରାଯାଇଥିଲା। ମାତ୍ର ଯଦି ଏଭଳି କିଛି ହୋଇଥିବ, ତେବେ ସ˚ପୃକ୍ତ ଏଏନ୍‌ଏମ୍‌ଙ୍କୁ ତତ୍‌କ୍ଷଣାତ୍‌ ଚାକିରିରୁ ବିଦା କରି ଦିଆଯିବ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ ପାଇଛି। ଆସନ୍ତାକାଲି ଘଟଣାର ତଦନ୍ତ କରାଯିବ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର