ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୨୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୫୧୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ଖୋର୍ଧାରୁ ୫୨ଜଣ, ସମ୍ବଲପୁରରୁ ୩୨ଜଣ, ଅନୁଗୁଳରୁ ୨୩ଜଣ, କଟକରୁ ୨୨ଜଣ, କେନ୍ଦୁଝରରୁ ୨୧ଜଣ, ବଲାଙ୍ଗୀରରୁ ୨୦, ପୁରୀରୁ ୧୮ଜଣ, ସୁନ୍ଦରଗଡ଼ରୁ ୧୮ଜଣ, ବାଲେଶ୍ବରରୁ ୧୫ଜଣ, ନୂଆପଡ଼ାରୁ ୧୪ଜଣ, ଯାଜପୁରରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ମୟୂରଭଞ୍ଜରୁ ୧୦ଜଣ, ବରଗଡ଼ରୁ ୯ଜଣ, ଜଗତସିଂହପୁରରୁ ୫ଜଣ, କଳାହାଣ୍ଡିରୁ ୫ଜଣ, ଭଦ୍ରକରୁ ୪ଜଣ, ଝାରସୁଗୁଡ଼ାରୁ, ମାଲକାନଗିରି ଓ ରାୟଗଡ଼ାରୁ ୪ଜଣ ଲେଖାଏଁ,  ଗଞ୍ଜାମ, କରୋପୁଟ ଓ ନବରଙ୍ଗପୁରରୁ ୩ଜଣ ଲେଖାଏଁ, ଦେଓଗଡ଼ରୁ ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୧୦ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର