ଭିଜିଲାନ୍ସ୍‌ ଜାଲରେ ଆଉ ଜଣେ ଯନ୍ତ୍ରୀ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଯନ୍ତ୍ରୀ। ସେ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳ। ଭିଜିଲାନ୍ସ ଟିମ୍‌ ଆଜି ତାଙ୍କ ଘର ଓ ଅଫିସ୍‌ରେ ଚଢ଼ାଉ କରିବା ସହ ୨କୋଟି ୭୬ ଲକ୍ଷ ସମ୍ପତ୍ତି ଥିବା ଠାବ କରିଛନ୍ତି।


ଆଜି ସକାଳ ସମୟରେ ପାର୍କରୋଡ଼ ବସନ୍ତ ନିଳୟ ସାହି ନିକଟରେ ଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଏବଂ ସରକାରୀ କ୍ବାର୍ଟରରେ ଭୁବନେଶ୍ବରର ଭିଜିଲାନ୍ସ୍‌ ଡିଏସ୍‌ପି ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ୯ଜଣିଆ ଟିମ୍‌ ପହଞ୍ଚି ଚଢଉ ଆରମ୍ଭ କରିଥିଲେ। ଏହି ଚଢଉ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଅଧିକାରୀମାନେ କାର୍ଯ୍ୟାଳୟ ଭିତରେ ଥିବା ଶ୍ରୀ ରାଉଳଙ୍କ ଚାମ୍ବରରେ କାଗଜପତ୍ର ଯାଞ୍ଚ୍‌ କରିଥିଲେ। ଏହାପରେ ତାଙ୍କର କ୍ବାର୍ଟରକୁ ଯାଇ ଛାନଭିନ୍‌ ଆରମ୍ଭ କରିଥିଲେ। ସେଠାରୁ ସେମାନ‌େ ନଗଦ ୨ ଲକ୍ଷ ୫୦ ହଜାର ୮ ଶହ ଟଙ୍କା ପାଇଥିଲେ ଏବଂ ତାଙ୍କର ଏକ ଦାମୀ କାର୍ ଜବତ କରାଯାଇଥିବା ଡିଏସ୍‌ପି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସମ୍ପତ୍ତି ସଂର୍ପକରେ କୌଣସି କାଗଜପତ୍ର ସେମାନଙ୍କ ହସ୍ତଗତ ହୋଇନଥିବା ‌ବେଳେ ଭୁବନେଶ୍ବର ଘର ଯାଞ୍ଚ ପରେ ସମସ୍ତ ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି। ଏହାପରେ ଭିଜିଲାନ୍ସ୍‌ ଅଧିକାରୀମାନେ ଶ୍ରୀ ରାଉଳଙ୍କୁ ସାଙ୍ଗରେ ନେଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର