୨୭ରେ ବିଜେପିରେ ମିଶିବେ ଅପରାଜିତା ଷଡ଼ଙ୍ଗୀ !

ଭୁବନେଶ୍ୱର : ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ସ୍ପଷ୍ଟ ହୋଇଯାଇଛି । କେତେକ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟ ଅନୁସାରେ ସେ ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ବିଜେପିରେ ମିଶିବେ । ତା’ପରଦିନ ଅର୍ଥାତ ୨୮ ତାରିଖରେ ସେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି ।

ଗତ ସପ୍ତାହରେ ଶ୍ରୀମତି ଷଡଙ୍ଗୀ ଭିଆରଏସ ଆବେଦନକୁ ଓଡ଼ିଶା ସରକାର ସବୁଜ ସଂକେତ ଦେଇଥିଲେ । ଏହାପରେ ତାଙ୍କ ଭିଆରଏସ ଆବେଦନକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଚୂଡାନ୍ତ ମଂଜୁରୀ ଦିଆଯାଇଥିଲା । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଥିଲେ ।
ଗତ ସେପ୍ଟେମ୍ବର ମାସରେ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିଲେ। କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା । ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ଗତ ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେତେବେଳେ ସେ ରାଜ୍ୟ ବୟନଶିଳ୍ପ ସଚିବ ଥିଲେ । କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର