କୁଜଙ୍ଗ : ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼

ପରିସ୍ରା ପିଆଇବାକୁ ଧମକ, ଗିରଫ ଦାବିରେ ଥାନାରେ ଧାରଣା

କୁଜଙ୍ଗ : ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ପଂଚାୟତ ଜନାପାଳ ଗ୍ରାମରେ ଜଣେ ଦଳିତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି। ଏପରିକି, ମାଡ଼ଖାଇ ଆହତ ଅବସ୍ଥାରେ ଯୁବକଙ୍କ ତଣ୍ଟି ଶୁଖିଯିବାରୁ ପାଣି ପିଇବାକୁ ମାଗିଥିଲେ। ତାଙ୍କୁ ପାଣି ବଦଳରେ ପରିସ୍ରା ପିଆଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। କମେଣ୍ଟ ମାରିବାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୀଡ଼ିତ ପରିବାରର ସଦସ୍ୟମାନେ କୁଜଙ୍ଗ ଥାନା ଆଗରେ ଧାରଣା ଦେଇଛନ୍ତି।

ଆଜି ଦିନ ୧୧ ଟାରେ ସ୍ଥାନୀୟ ବଣିକୁନ୍ଦ ଅଂଚଳର ନିକୁଞ୍ଜ ଚୌଧୁରୀ ଓ ତାଙ୍କ ପରିବାର ଲୋକେ ଜନାପାଳ ଗ୍ରାମର ପ୍ରସନ୍ନ ମଲ୍ଲିକଙ୍କୁ ସର୍ବସମ୍ମୁଖରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପ୍ରସନ୍ନ ତାଙ୍କ ଝିଅଙ୍କୁ କମେଣ୍ଟ ମାରିଥିବାରୁ ଏପରି ମାଡ଼ ଦେଇଥିବା କହୁଥିଲେ। ଅନ୍ୟପକ୍ଷରେ ପ୍ରସନ୍ନ ପାଲଟା ଅଭିଯୋଗ ଆଣି ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଏହି ଘଟଣାରେ ଉଭୟ ପକ୍ଷରୁ ୨ଟି ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର