ପୁରୀ : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ପୁରୀ : ଘରେ ବାପା ମା’ ନଥିବା ବେଳେ ଜଣେଶ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏହାର ପ୍ରତିବାଦ କରିବାରୁ ଛାତ୍ରୀଙ୍କ ତାଙ୍କ ବାପା, ମା’ଙ୍କୁ ମାଡ଼ମାରି ସେମାନଙ୍କ ହାତ ଭାଙ୍ଗି ଦେଇ ଦୁର୍ବୃତ୍ତ ଫେରାର ହୋଇଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଘଟଣା ଘଟିବାବେଳେ ପୁଲିସ କଣ୍ଟ୍ରୋଲ ରୁମକୁ ପ୍ରାୟ ଦଶ ଥର ଫୋନ କଲେ ମଧ୍ୟ କୌଣସି ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି। ତେଣୁ ବାଧ୍ୟ ହୋଇ ବାପା, ମା’ ରକ୍ତାକ୍ତ ଅବସ୍ଥାରେ ନିଜ ଝିଅକୁ ଧରି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସିତ ହୋଇଛନ୍ତି। ସୂଚନା ଅନୁଯାୟୀ ସମୁଦ୍ରକୂଳ ଥାନା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଘରେଏକାକୀ ଥିଲେ। ଉଭୟ ବାପାମା’ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନେ ବାହାରକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଭିଆଇପି ରୋଡ୍‌ ପାର୍ଶ୍ବସ୍ଥିତ ଏହି ବସ୍ତିରେ ରହୁଥିବା ଦିଲୁ ସାହୁ(୨୮) ତାଙ୍କ ଘରେ ଜବରଦସ୍ତ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ଏହି ସମୟରେ ଛାତ୍ରୀଙ୍କ ବାପା ଓ ମା’ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଝିଅକୁ ଦିଲୁଠାରୁ ମୁକୁଳାଇବା ପାଇଁ ଉଦ୍ୟମ କରିବାରୁ ଦିଲୁ ସେମାନଙ୍କୁ ମାଡ଼ ମାରିବା ସହିତ ଘରେ ତୁମୁଳକାଣ୍ଡ ରଚିଥିଲା।

ସମ୍ବନ୍ଧିତ ଖବର