ଜାତୀୟ ଜୁନିଅର ଉଷୁ ଚାମ୍ପିଅନସିପ୍‌ରେ ବବୁଲୁଙ୍କୁ ସ୍ବର୍ଣ୍ଣ

ଯୋଡ଼ା : ରାଜ୍ୟପାଇଁ ବବୁଲୁ ମୁଣ୍ତା ପୁଣି ଗୌରବ ଆଣିଛନ୍ତି। ହରିଆଣାରେ ଅନୁଷ୍ଠିତ ୧୯ତମ ଜାତୀୟ ଜୁନିଅର ଉଷୁ ଚାମ୍ପିଅନସିପ୍‌ରେ ସେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ୧୧ ତାରିଖରୁ ହରିଆଣାର ଫତେହାବାଦରେ ଭାରତ ଉଷୁ ଆସୋସିଏସନ ପକ୍ଷରୁ ଜାତୀୟ ଜୁନିଅର ଉଷୁ ଚାମ୍ପିଅନସିପ୍‌ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶାରୁ ୫ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସମସ୍ତେ ଯୋଡ଼ା ବ୍ଲକ୍‌ର।

ବବୁଲୁ କର୍ଣ୍ଣାଟକ, ଝାଡ଼ଖଣ୍ତ, ଦିଲ୍ଲୀର ପ୍ରତିଯୋଗୀଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ହରିଆଣାର ଖେଳାଳିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଆଜି ଫାଇନାଲରେ ମଣିପୁରର ପ୍ରତି‌ଯୋଗୀଙ୍କୁ ହରାଇ ସ୍ବର୍ଣ୍ଣପଦକ ହାସଲ କରିଥବା ତାଙ୍କ କୋଚ୍‌ ପଙ୍କଜ କୁମାର ମହାନ୍ତ ସୂଚନା ଦେଇଛନ୍ତି। ବବୁଲୁଙ୍କ ଘର ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମରେ। ବବୁଲୁ ପୂର୍ବରୁ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ପ୍ରତି‌ଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର