ଆର୍ଥ-ନେଟ୍‌ଓ୍ଵାର୍କ ସଂସ୍ଥାକୁ ମିଳିବ ବଜ୍ରପାତ ସଂପର୍କିତ ଆଗୁଆ ସୂଚନା ଦାୟିତ୍ୱ

ଭୁବନେଶ୍ୱର: ବଜ୍ରପାତରେ ପ୍ରତିବର୍ଷ ଓଡ଼ିଶାରେ ପ୍ରାୟ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟୁଛି। ବହୁସଂଖ୍ୟାରେ ଗୃହପାଳିତ ପଶୁ ମୃତ୍ୟୁମୁଖରେ ପଡ଼ୁଛନ୍ତିି। ଏହି ପରିପ୍ରେକ୍ଷୀରେ ବଜ୍ରପାତ ଜନିତ ଆଗୁଆ ସୂଚନା ଦେଇ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରକାର ଆର୍ଥ-ନେଟ୍‌ଓ୍ଵାର୍କ ନାମକ ଏକ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସଂସ୍ଥାକୁ ଦାୟିତ୍ୱ ଦେଉଛନ୍ତି। ଆଜି ଏ ନେଇ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଆର୍ଥ-ନେଟ୍‌ଓ୍ଵାର୍କ ସଂସ୍ଥା ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଆଦି ରାଜ୍ୟରେ କାର୍ଯ୍ୟ କରୁଛି। ଆର୍ଥ-ନେଟ୍‌ଓ୍ଵାର୍କ ସଂସ୍ଥା ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଲାଇଟ୍‌ନିଂ ସେନ୍‌ସର ସ୍ଥାପନ କରିବ। ଫଳରେ ବଜ୍ରପାତ ସମ୍ବନ୍ଧରେ ପ୍ରାକ୍‌ ସୂଚନା ମିଳିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର