ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର, ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର: କ୍ରମାଗତ ୨ୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ ଥିଲା । ଅବଶ୍ୟ ଗତ କାଲି ତୁଳନାରେ ଆଜି ରାଜଧାନୀର ତାପମାତ୍ରା ଟିକିଏ କମିଛି । ଗତ କାଲି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ଥିଲା ।

 

ଭୁବନେଶ୍ୱର ତଳକୁ ରହିଛନ୍ତି ଅନୁଗୁଳ ଓ ଟିଟିଲାଗଡ଼ । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ ଓ ୪୦ ଡିଗ୍ରୀ ସେଲସିୟସ ଥିଲା । ଗତ କାଲି ମୋଟ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ଆଜି ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ଥିବା ଅନ୍ୟ ସହରଗୁଡ଼ିକ ହେଲେ ମାଲକାନଗିରି, ସୁନ୍ଦରଗଡ଼, ଭବାନିପାଟଣା ଓ ସୋନପୁର । ମାଲକାନଗିରିର ତାପମାତ୍ରା ୪୦.୫ ଡିଗ୍ରୀ ଥିବାବେଳେ ଅବଶିଷ୍ଟ ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଲେଖାଏଁ ରହିଛି ।

ସମ୍ବନ୍ଧିତ ଖବର