ଭୁବନେଶ୍ବରରୁ ବାରଣାସୀ ଉଡ଼ିଲା ଦ୍ବିତୀୟ ବିମାନ

ଭୁବନେଶ୍ବର : ଭୁବନେଶ୍ବରରୁ ବାରଣାସୀ ମଧ୍ୟରେ ଆଜିଠାରୁ ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଆରମ୍ଭ ହୋଇଛି। ପୂର୍ବରୁ ଏୟାର ଇଣ୍ଡିଆ ବିମାନ ଏହି ରୁଟ୍‌ରେ ବିମାନ ଉଡ଼ାଣ କରୁଥିବା ବେଳେ ଏହା ଦ୍ବିତୀୟ ବିମାନ। ଇଣ୍ଡିଗୋ ପକ୍ଷରୁ ଏକ ୭୨ସିଟ୍‌ ବିଶିଷ୍ଟ ବିମାନ ଏହି ରୁଟ୍‌ରେ ଉଡ଼ାଣ କରୁଛି। ବିମାନଟି ସଂଧ୍ୟା ୭ଟା ୩୫ରେ ବାରଣାସୀରୁ ବାହାରି ରାତି ୯ଟା ୨୫ରେ ଭୁବନେଶ୍ବରରେ ପହଞ୍ଚିବ। ସେହିପରି ଏଠାରୁ ରାତି ୯ଟା ୪୫ରେ ବାହାରି ବାରଣାସୀରେ ରାତି ୧୧ଟା ୪୦ରେ ଅବତରଣ କରିବ। ବିମାନଟି ପ୍ରତିଦିନ ଉଡ଼ାଣ କରିବ। ଏହି ରୁଟ୍‌ରେ ବିମାନ ଚଳାଚଳ ପାଇଁ ଦାବି ହେଉଥିବାବେଳେ ଜାନୁଆରି ମାସରେ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଆଜି ଇଣ୍ଡିଗୋ ଆରମ୍ଭ କରିଛି। ଆଜି ପ୍ରଥମ ଦିନରେ ବାରଣାସୀରୁ ୪୫ଜଣ ଯାତ୍ରୀ ଏଠାକୁ ଆସିଥିବା ବେଳେ ଭୁବନେଶ୍ବରରୁ ବି ୪୫ଜଣ ବାରଣାସୀ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର