ଦୀଘା ସମୁଦ୍ର ମୁହାଣ ନିକଟରୁ ମତ୍ସ୍ୟଜୀବୀଙ୍କ ଜାଲରେ ୯ କୁଇଣ୍ଟାଲ ଓଜନର ମାଛ

ଭୋଗରାଇ : ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲା ଦୀଘା ସମୁଦ୍ର ମୁହାଣ ନିକଟରୁ ୯ କୁଇଣ୍ଟାଲ ଓଜନର ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି। ସ୍ଥାନୀୟ ଭାଷାରେ ଏହାକୁ ‘ଚିଲ ଶଙ୍କର’ ବୋଲି କୁହାଯାଉଛି। ଏହି ବିରଳ ମାଛ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲାବେଳେ ଜଣେ ବ୍ୟବସାୟୀ ଏହାକୁ ୧୮,୫୦୦ ଟଙ୍କାରେ କିଣିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ରବିବାର ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛଟି ପଡ଼ିଥିଲା।

ସମ୍ବନ୍ଧିତ ଖବର